ପ୍ରଦୀପ କୁମାର ଚାନ୍ଦ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର ୩୧-୮ (ଓଡ଼ିଆ ପୁଅ) ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କୁ ନିଯୁକ୍ତି ଦିଆଯାଇଛି। ୨୪ ଅକ୍ଟୋବର ୨୦୦୦ ମସିହାକୁ ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ପ୍ରଫେସର ଚାନ୍ଦଙ୍କ ନିଯୁକ୍ତି ସମ୍ପର୍କରେ ରାଜଭବନ ପକ୍ଷରୁ ଗୁରୁବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଫେସର ଚାନ୍ଦଙ୍କୁ କୁଳାଧିପତି ରାଜ୍ୟପାଳ ଏସ୍‌ସି ଜମିର୍‌ ନିଯୁକ୍ତି ପ୍ରଦାନ କରିଛନ୍ତି। ପୁରୀ ଜିଲ୍ଲା ଗୋପ ନିକଟସ୍ଥ ବନତଲୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ଚାନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ, ଏକାଡେମୀ କାଉନସିଲ ସଦସ୍ୟ, ୟୁଜିସି-ଏଚଆରଡି (ମାନବ ସଂସାଧନ ବିକାସ) କେନ୍ଦ୍ର, ନିର୍ଦେଶକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ବଟନି ଡିପାର୍ଟମେଣ୍ଟର ଏଚ.ଓ.ଡି ଭାବରେ ନିଜର କାର୍ଯ୍ୟଦକ୍ଷତା ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *