ପ୍ରଥମ ସ୍ତ୍ରୀକୁ ଅକ୍ରମଣ, ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେଲେ

ଯାଜପୁର, ୭/୯(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅରେଇକଣା ପଂଚାୟତ ରମାପୁର ଗ୍ରାମରେ ନିଜ ପ୍ରଥମ ସ୍ତ୍ରୀକୁ ଅକ୍ରମଣ କରିବା ଅଭିଯୋଗରେ ସ୍ୱାମୀ, ଶାଶୁ ଏବଂ ଦିଅର ବନ୍ଧାହେବା ଘଟଣା ଏହି ଅଂଚଳରେ ଚର୍ଚ୍ଚା ହେବାରେ ଲାଗିଛି। ସୂଚନା ମୁତାବକ ରମାପୁର ଗ୍ରାମର ଭାଗରଥୀ ରାୟ କୋତପୁର ପଂଚାୟତ ନୂଆଗାଁ ଅର୍ଣ୍ଣପୂର୍ଣ୍ଣାଙ୍କୁ ଦୀର୍ଘଦିନ ତଳୁ ବୈଦିକ ମତେ ବିବାହ କରିଥିଲା। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ପୁଣିଥରେ ବର୍ଷକ ତଳେ ନିଜର ସାନଭାଇର ଶାଳୀକୁ ନେଇ ଫେରାର ହୋଇଯାଇଥିଲେ। ଏନେଇ ପ୍ରଥମ ପତ୍ନୀ ତାଙ୍କ ନାମରେ ମାମଲ ରୁଜ କରିଥିଲେ। ୧୫ଦିନ ତଳୁ ଭାଗିରଥୀ ଘରକୁ ଫେରିବା ପରେ ପ୍ରଥମ ପତ୍ନୀଙ୍କ ସହିତ ଏନେଇ ବଚସା ହୋଇଥିଲା। ଫଳରେ ନିଜ ସାନଭାଇ ଅଧିରଥୀ ରାୟ ଏବଂ ମା ମଞ୍ଜୁଲତାଙ୍କ ସହିତ ମିଶି ଅର୍ଣ୍ଣପୂଣ୍ଣାଙ୍କୁ ମାରଣାନ୍ତକ ଅକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ପୁଣିଥରେ ମଙ୍ଗଳବାର ଏନେଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ପ୍ରାଥମିକ ତଦନ୍ତ କରି ନିଜର ସ୍ୱାମୀ ଏବଂ ଶାଶୁ ମଞ୍ଜୁଲତା ଏବଂ ଦିଅର ଅଧିରଥୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *