ଖେଳ

ପ୍ରଥମ ସତ୍ୟ ସ୍ୱରୂପ ସ୍ମାରକୀ ଟି -୨୦ କ୍ରିକେଟ ଚରମ୍ପା ଏକାଡେମୀ ଚାମ୍ପିୟନ

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଚରମ୍ପା ରେଲୱେ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ବାର୍ଷିକ ସତ୍ୟ ସ୍ୱରୂପ ସ୍ମାରକୀ ଟି – ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ୟାପନୀ ଦିବସର ଫାଇନାଲ ମ୍ୟାଚରେ ଚରମ୍ପା ଏକାଡେମୀ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ଚରମ୍ପା ଏକାଡେମୀ ଓ ବାଲେଶ୍ୱର ଅଲ୍ରାଉଣ୍ଡର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚରମ୍ପା ଏକାଡେମୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୯ ଉଇକେଟ ହରାଇ ୧୭୭ ରନ କରିଥିଲା। ଚରମ୍ପା ଦଳର ରାଜେଶ ବଳ ୪୬ ବଲ୍ରେ ୭୧ରନ, ସଞ୍ଜିତ ଚୌଧୁରୀ ୨୦ ବଲ୍ରେ ୩୩ ଏବଂ ବ୍ରଜେଶ୍ୱର ପୃଷ୍ଟି ୧୩ ବଲ୍ ଖେଳି ୨୩ ରନ କରିଥିଲେ। ବାଲେଶ୍ୱର ପକ୍ଷରୁ ଜଗତ ରଞ୍ଜନ ଦାସ ୪ ଓଭର ବୋଲିଂ କରି ୩୭ରନ ବିନିମୟରେ ୩ଟି ଉଇକେଟ ନେଇଥିବା ବେଳେ ନଉତମ ଭଞ୍ଜ ୩୨ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ପରେ ବାଲେଶ୍ୱର ଦଳ ବ୍ୟାଟିଂ କରି ୧୮.୪ ଓଭରରେ ୧୨୦ ରନ କରି ଅଲ୍ ଆଉଟ ହୋଇ ଯାଇଥିଲେ। ତାପସ ରାଉତ ୧୭ ବଲ୍ରେ ୩୭, ରୋନାଲ୍ଡୋ ୧୩ ଓ ନଉତମ ଭଞ୍ଜ ୧୨ ରନ କରିଥିଲେ। ଚରମ୍ପା ଦଳ ପକ୍ଷରୁ ସଞ୍ଜିତ ଚୌଧୁରୀ, ସୁଦର୍ଶନ ମିଶ୍ର, ସନ୍ତୋଷ ପରିଡା ୨ଟି ଲେଖାଏଁ ଉଇକେଟ ନେଇଥିଲେ। ରାଜେଶ ବଳଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ, ନଉତମ ଭଞ୍ଜ ମ୍ୟାନ ଅଫ୍ ଦି ସିରିଜ, ସନ୍ତୋଷ ପରିଡା ବେଷ୍ଟ ବୋଲର, ବ୍ରଜେଶ୍ୱର ପୃଷ୍ଟିଙ୍କୁ ବେଷ୍ଟ ବ୍ୟାଟ୍ସ ମ୍ୟାନ ପୁରସ୍କାର ପ୍ରଦାନ କରାଯାଇଥିଲା। ଅମ୍ପାୟାର ଭାବେ ଲଲାଟ କେଶରୀ ନନ୍ଦ ଏବଂ ରଞ୍ଜନ ମହାନ୍ତି ମ୍ୟାଚ ପରିଚାଳନା କରିଥିଲେ। ଅସିତ ଦାସ ସ୍କୋରର ଥିଲେ। ପୁରସ୍କାର ବିତରଣ ଉତ୍ସବରେ ଓଡିଶା କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଧିରେନ ପଲାଇ, ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ ସମ୍ପାଦକ ଉପେନ୍ଦ୍ର ବାରିକ, କେନ୍ଦୁଝର ହେଡ୍ କ୍ୱାର୍ଟର ଡିଏସ୍ପି ସୁରେଶ ଚନ୍ଦ୍ର ପାତ୍ର, ଉଦଳା ଆଇଟିଡିଏ ପି.ଏ. ବିଧାନ ଚନ୍ଦ୍ର ରାୟ, କେନ୍ଦୁଝର ଜୁନିଅର କୃଷି ଅଧିକାରୀ ତ୍ରିଲୋଚନ ରଥ, ଡାକ୍ତର ଅବିନାଶ ପାତ୍ର, ବୁଲୁ ମହାନ୍ତି, କେ.ବି. ପ୍ରସାଦ, ଅତିଶ ବେହେରା, ତପନ ସ୍ୱାଇଁ, ଉମାକଲ୍ୟାଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମଙ୍ଗଲ ନାୟକ, ସି. ରମୟା, ଭଗବାନ ରାଉତ, ଶିବ ପ୍ରସାଦ ମହାନ୍ତି, ଶଙ୍କର କୁମାର ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top