ଖେଳ

ପ୍ରଥମ ସତ୍ୟ ସ୍ୱରୂପ ସ୍ମାରକୀ ଟି ଟ୍ୱେଣ୍ଟି କ୍ରିକେଟ ଇଷ୍ଟକୋଷ୍ଟ ରେଲୱେ ଓ ଯାଜପୁର ଏକାଦଶ ବିଜୟୀ

ଭଦ୍ରକ, ୧୬ା୧ (ଓଡିଆପୁଅ / ପ୍ରମୋଦ ରାୟ) : ଚରମ୍ପା ରେଲୱେ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ବାର୍ଷିକ ସତ୍ୟ ସ୍ୱରୂପ ସ୍ମାରକୀ ଟି – ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ୨ଟି ମ୍ୟାଚ ଖେଳାଯାଇଥିଲା। ଗ୍ରାମାଞ୍ଚଳ ଥାନା ଆଇଆଇସି ସୁଦର୍ଶନ ଗାଙ୍ଗୋଇ ଅତିଥି ଭାବେ ଯୋଗ ଦେଇ ମ୍ୟାଚକୁ ଉଦ୍ଘାଟନ କରିଥିଲେ। ୨ଟି ମ୍ୟାଚ ମଧ୍ୟରୁ ଗୋଟିଏରେ ଚରମ୍ପାର ଇଷ୍ଟକୋଷ୍ଟ ରେଲୱେ ଦଳ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ଯାଜପୁର ଏକାଦଶ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ ସୂର୍ଯ୍ୟଶିଖା କ୍ଲବ ଓ ଇଷ୍ଟକୋଷ୍ଟ ରେଲୱେ ଚରମ୍ପା ମଧ୍ୟରେ ଖେଳା ଯାଇଥିଲା। ଇଷ୍ଟକୋଷ୍ଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୦ ରନ କରିଥିଲା। ଦଳ ପକ୍ଷରୁ ହର୍ଷିତ ରାଠୋର ୩୨ ବଲ୍ରେ ୫୯, ଅବିନାଶ ସିଂ ୧୯ ବଲ୍ରେ ୨୧ ଓ ସୁରେନ୍ଦ୍ର ପଣ୍ଡା ୧୩ଟି ବଲ୍ ଖେଳି ୧୪ ରନ କରିଥିଲେ। ସୂର୍ଯ୍ୟଶିଖା ପକ୍ଷରୁ ଅସିମ ବି. ଆଚାର୍ଯ୍ୟ, ଦୀପ୍ତି ରଞ୍ଜନ ବିଶ୍ୱାଳ ଓ ସ୍ଥିତପ୍ରଜ୍ଞ ସାହୁ ପ୍ରତ୍ୟେକେ ୨ଟି ଲେଖାଏ ଉଇକେଟ ନେଇଥିଲେ। ପରେ ସୂର୍ଯ୍ୟଶିଖା ଦଳ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୨୩ ରନ କରିବାକୁ ସକ୍ଷମ ହେବା ସହ ମ୍ୟାଚକୁ ୨୭ ରନରେ ହାରିଥିଲା। ଦଳ ପକ୍ଷରୁ ମାନସ ଭୋଳ ୩୮, ବି. ପ୍ରସନ୍ନ ଦାସ ୩୭, ବିଷ୍ଣୁସାଗର ବାରିକ ୨୧ ରନ କରିଥିଲେ। ଇଷ୍ଟକୋଷ୍ଟ ପକ୍ଷରୁ ହର୍ଷିତ ରାଠୋର ୨୩ ରନ ବ୍ୟୟ କରି ୪ଟି, ରାଜେଶ ନାୟକ ଓ ଅବିନାଶ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ହର୍ଷିତ ରାଠୋରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଅମ୍ପାୟାର ଭାବେ ସତ୍ୟାନନ୍ଦ କବାଟ ଓ କାଳିଆ ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ। ଦ୍ୱିତୀୟ ମ୍ୟାଚଟି ଚରମ୍ପା ୟୁନାଇଟେଡ କ୍ଳବ ଓ ଯାଜପୁର ଏକାଦଶ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ଦଳ ଟସ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା। ୟୁନାଇଟେଡ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୧ରନ କରିଥିଲା। ଦଳ ପକ୍ଷରୁ ପ୍ରିୟବ୍ରତ ପ୍ରିୟରଞ୍ଜନ ୩୮, ସ୍ପର୍ଶ ସାମାନୀ ୨୭ ଓ ଏ. ଚକ୍ରବର୍ତ୍ତୀ ୨୧ ରନ କରିଥିଲେ। ଯାଜପୁର ଦଳର ଶିବ ସୁନ୍ଦର ଦାସ ୩ଟି ଓ ଏସ୍.ବି.ସ୍ୱାଇଁ ୨ ଉଇକେଟ ନେଇଥିଲେ। ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରି ଯାଜପୁର ଦଳ ନିଶିକାନ୍ତ ରାଉତ ୪୫ ଓ ଅଭିଳାଷ ରାଉତରାୟଙ୍କ ୪୦ରନ ସହାୟତାରେ ୧୭ ଓଭରରେ ମାତ୍ର ୩ ଉଇକେଟ ହରାଇ ୧୩୩ ରନ କରି ବିଜୟୀ ହୋଇଥିଲା। ୟୁନାଇଡେ ଦଳ ପକ୍ଷରୁ ସ୍ପର୍ଶ ସାମାନୀ ୩ଟି ଯାକ ଉଇକେଟ ଅକ୍ତିଆର କରିଥିଲେ। ଶିବସୁନ୍ଦର ଦାସଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ମ୍ୟାଚକୁ ସତ୍ୟାନନ୍ଦ କକବାଟ ଓ କାଳନ୍ଦୀ ସାମଲ ଅମ୍ପାୟାର ଭାବେ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top