ad
ଗଞ୍ଜାମ

ପ୍ରଥମ ଥର ପାଇଁ ଆସିକାରେ ଜମିଲା ପଥ ମହୋତ୍ସବ

ଆସିକା :୦୨/୧୨ (ଓଡ଼ିଆ ପୁଅ/ଲଡୁ କିଶୋର ଦାସ) ଆସିକାରେ ପ୍ରଥମ ଥର ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପଥ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଶୀତୁଆ ସକାଳେ ସାଙ୍ଗକୁ ଖୂବ୍ ମନୋରଞ୍ଜନର ଖୋରାକ୍‌ ଯୋଗାଉଛି ପଥ ମହୋତ୍ସବ |ଏଥିରେ ସବୁ ବର୍ଗର ଲୋକ ଯୋଗ ଦେବା ସହ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଆହ୍ଵାନ କରାଯାଇଛି |
ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ବିଷୟରେ ସଚେତନ କରାଯାଇଥିଲା |ଆସିକା ବିଧାୟକ ଦେବରାଜ ମହାନ୍ତି, ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ଇ.ସିଦ୍ଧାଥ ସ୍ବାଇଁ, ଆସିକା ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମୀୟ ରଞ୍ଜନ ଦାଶ ଯୋଗ ଦେଇଥିଲେ |ଆମ ଆସିକା ଆମ ଗୋୖରବ ନାମରେ ଏହି ପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ବେଳେ ସ୍ୱଚ୍ଛ ସୁନ୍ଦର ରଖିବା ଏହାର ମୁଳ ଲକ୍ଷ୍ୟ ବୋଲି କୁହାଯାଇଛି |
ଉତ୍ସବରେ ପଥଚାରୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଇଥିଲା। ବ୍ୟାୟାମ, ଯୋଗ, ନାଚ, ଗୀତ, ଝୋଟିପକାରେ ଭଳି କାର୍ଯ୍ୟକ୍ରମ ହୋଇଥିଲା ଓଲିଉଡ଼ ଗାୟକ ଗୌତମ ଗିରିଙ୍କ ଗୀତ ଗାଇ ଲୋକ ମାନଙ୍କୁ ଖୂବ୍ ମନୋରଞ୍ଜନ ଯୋଗାଇଥିଲେ | ଆସିକାରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଲୋକ ମାନଙ୍କ ଖୂବ୍ ଖୁସି ଆଣିଦେଇଛି |ଶୀତୁଆ ସକାଳେ ରାଜରାସ୍ତାରେ ମନୋରଂଜନ କରିବାର ସୁଯୋଗ ଦେବା ପାଇଁ ପଥ ଉତ୍ସବ ଆରମ୍ଭ ହୋଇଛି ।ତେବେ ଲୋକ ମାନେ ପ୍ରତି ବର୍ଷ ଏଭଳି କାର୍ଯ୍ୟକ୍ରମ ହେବ ବୋଲି ଆଶା ରଖିଛନ୍ତି |

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top