ଓଡ଼ିଶା

ପ୍ରଥମ ଜୟଦେବ ଜାତୀୟ ପୁରସ୍କାର ବିଶିଷ୍ଟ କବି ବିଷ୍ଣୁ ଖରେ ପାଇବେ

ଭୁବନେଶ୍ୱର ୧୭-୧ (ଓଡ଼ିଆ ପୁଅ) ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ‘ଧଉଳି ରିଭୁ୍ୟ ଟ୍ରଷ୍ଟ’ ତରଫରୁ ଚଳିତ ବର୍ଷ ଆରମ୍ଭ ହୋଇଥିବା ‘ଜୟଦେବ ଜାତୀୟ କବିତା ପୁରସ୍କାର’ ୨୦୧୭ ପାଇଁ ହିନ୍ଦି ଭାଷାର ବିଶିଷ୍ଟ କବି ବିଷ୍ଣୁ ଖରେଙ୍କୁ ଦେବା ପାଇଁ ମନୋନୀତ କରାଯାଇଛି। ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ଓଡ଼ିଶାର ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରଖ୍ୟାତ ଇଂରାଜୀ କବି ମନୋହର ସେଟ୍ଟି ଓ ବିଶିଷ୍ଟ ହିନ୍ଦି କବି ଆଶୁତୋଷ ଦୁବେ ରହିଥିଲେ। ଭାରତର ବିଭିନ୍ନ ଭାଷାର ପ୍ରକାଶକଙ୍କଠାରୁ ଆସିଥିବା ୪୦ଟି ପୁସ୍ତକରୁ ପ୍ରଥମେ ୧୨ଟି ପୁସ୍ତକ ଦୀର୍ଘ ତାଲିକା (ଲଙ୍ଗ ଲିଷ୍ଟ)ରେ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଶୋକ ବାଜପେୟୀ, ଭାଲ୍ ଚନ୍ଦ୍ର ନେମାଡେ, ବିଷ୍ଣୁ ଖରେ ଓ ଆନନ୍ଦ ଠାକୁରଙ୍କ କବିତା ବହି ସଂକ୍ଷିପ୍ତ ତାଲିକା (ସର୍ଟ ଲିଷ୍ଟ)ରେ ରହିଥିଲା। ଏହି ପୁରସ୍କାର ବାବଦରେ ୫୧, ୦୦୦ (ଏକାବନ ହଜାର) ଟଙ୍କା ଓ ବାଗ୍ ଦେବୀଙ୍କ ପ୍ରତିମୂର୍ତ୍ତିର ଏକ ଟ୍ରଫି ମୂର୍ତ୍ତି ବିଜେତା କବିଙ୍କୁ ପ୍ରଦାନ କରାଯିବ ବୋଲି ମନୁ ଦାଶଙ୍କ ତରଫରୁ କୁହାଯାଇଛି। ଏହି ପୁରସ୍କାର ଅନୁଷ୍ଠାନ ତରଫରୁ ହେଉଥିବା ତୃତୀୟ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର ଫେଷ୍ଟିଭାଲର ଅନ୍ତିମ ଦିବସ ୩ ଫେବୃୟାରୀ ଦିନ ଦିଆଯିବ ବୋଲି କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top