ଓଡ଼ିଶା

ପ୍ରଥମଥର ହରିଚନ୍ଦନପୁର ପୋଲିସର ବଡ ସଫଳତା, ଦୁଇ ଅନ୍ତଃରାଜ୍ୟ ଲୁଟେରା ଗିରଫ

ହରିଚନ୍ଦନପୁର, ତା ୨୩.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସର ପ୍ରଥମଥର ଏକ ବଡ ସଫଳତା ମିଳିଛି। ହରିଚନ୍ଦନପୁର ପୋଲିସ ଚୋରି ରୋକିବା ସହ ଚୋର ଧରିବାରେ ବାରମ୍ବାର ନିଷ୍କ୍ରିୟ ହେବାକୁ ନେଇ ଗତ ୦୬/୦୧ ଶୁକ୍ରବାର ବିଳମ୍ବିତ ରାତିରେ ଥାନାରୁ ୫୦ମିଟର ଦୁରରେ ଥିବା ଅମ୍ବିକା ମୋବାଇଲ ଫୋର(ଭେଳାନାଥ କମୁନିକେସନ)ର ଛପର ତାଡି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ବିଶେଷ ଖବର ଜଣାପଡିଛି ଯେ ଗତ ୧୨/ଜୁନ ୨୦୧୭ରେ ପୋଲିସ ଷ୍ଟେସନରୁ ୨୦୦ମିଟର ଦୁରରେ ଥିବା ଶୁଭଲକ୍ଷ୍ମୀ ଟେଲି ସର୍ଭିସରୁ ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା।ଏବଂ ଗତ ୬/୧୨ବୁଧୁବାର ବିଳମ୍ବିତ ରାତିରେ ହରିଚନ୍ଦନପୁର ବଜାରର ଦୁଇଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରି ଚୋରି ହୋଇଥଲା।ପୋଲିସ ଷ୍ଟେସନରୁ ମାତ୍ର ୫୦ମିଟର ଦୁରରେ ଥିବା ସମିର ମଣ୍ଡଳଙ୍କ ମୋବାଇଲ ଦୋକାନର ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ଉପକରଣ ଚୋରି ହୋଇଥିବାର ଥାନାରେ ଅଭିଯୋଗ ହେଇଛି।ଓ ଥାନାରୁ ୧୦୦ମିଟର ଦୁରରେ ଗ୍ରାମପଞ୍ଚାୟତ ସମ୍ମୁଖରେ ଥିବା କୁଳମଣୀ ସାହୁଙ୍କ ପାନ ଦୋକାନରୁ ଟଙ୍କା ଓ ଅନେକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ପୁଣି ଗତ ୨୦/୧୨ ବୁଧବାର ରାତିରେ ହରିଚନ୍ଦନପୁର ଥାନାରୁ ୧୦୦ଦୁରରେ ଥିବା ଗ୍ରାମପଞ୍ଚାୟତରୁ ଚନ୍ଦନଗଛ ଚୋରି ହୋଇଥିବା ସହ ତାପୂର୍ବ ଦିନ ରାତିରେ କାଦୁଅଡିହା ଓ ଲକ୍ଷିପୁର ଠାରୁ ଚନ୍ଦନଗଛ ଚୋରି ହୋଇଥିଲା। ହରିଚନ୍ଦନପୁର ପୋଲିସକୁ ଚାଲେଞ୍ଜ୍ ମାରିବା ଭଳି ଘଟଣା ଦେଖିବାକୁ ମିଳିଥିବା ସହ ପୋଲିସର ଅପାରଗତାକୁ ନେଇ ସାଧାରଣରେ ଅନେକ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏମିତି ହରିଚନ୍ଦନପୁର ବଜାରର ଦୋକାନୀମାନେ ବାରମ୍ବାର ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ସେମିତି କିଛି ଆଖିଦୃଷ୍ଟିଆ ପଦକ୍ଷେପ ନେଇନଥିବା ସହ କାହାକୁ ଧରି କୋର୍ଟ ଚାଲାଣ କରିନଥିଲେ। ଗତ ୬ତାରିଖ ଶୁକ୍ରବାର ହରିଚନ୍ଦନପୁର ବଜାର ମଧ୍ୟରୁ ହୋଇଥିବା ଚୋରିକୁ ନେଇ ବଜାର ମଧ୍ୟରେ ଭୟର ଲହରି ଖେଳିବା ସହ ସମସ୍ତ ଦୋକାନୀ ଏକତ୍ରିତ ହୋଇ ପୋଲିସ ଷ୍ଟେସନକୁ ଯାଇ ଚୋରି ରୋକିବା ବାବଦରେ ଆଇ ଆଇସି ଗୁରୁବାରୀ ହେମ୍ବ୍ରମକୁ ଗୁହାରୀ କରିଥିଲେ। ଗୁହାରୀ କରିବା ପରେ ସନ୍ଧାନୀ କୁକୁର ଅଣାଯାଇଥିଲା କିନ୍ତୁ କୁକୁର ମଧ୍ୟ ଚୋରକୁ ଧରିବାରେ ସଫଳ ହୋଇନଥିଲା। ତାହାକୁ ନେଇ ହରିଚନ୍ଦନପୁର ପୋଲିସ ମୋବାଇଲ ଗୁଡ଼ିକର ଇଏମଆଇ ନମ୍ବର ଦ୍ବାରା ଟ୍ରାକିଂ କରି ଦୁଇ ଜଣ ଅନ୍ତଃରାଜ୍ୟ ମୋବାଇଲ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ଲୁଟେରା ଗୁଡିକ ହେଲେ ଢେଙ୍କାନାଳ ଜିଲ୍ଲା ତୁମସିଂହା ଥାନା କଣ୍ଟାପାଳ ଗ୍ରାମ ଶବର ସାହିର ବିଦ୍ୟାଧର ନାଏକଙ୍କ ପୁଅ ମନୁ ନାଏକ (୨୨), ରାୟଗଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଟାସିଂହ ଗ୍ରାମ ର ସୂର୍ଯ୍ୟନାରାୟଣ ବେହେରାଙ୍କ ପୁଅ ରାହୁଲ ବେହେରା(୧୮)। ଏହି ଲୁଟେରା ଦୁଇଜଣ ଗତ ୧୨ତାରିଖ ହରିଚନ୍ଦନପୁର ବଜାରରୁ ହୋଇଥିବା ଚୋରିର ମୁଖ୍ୟ ଆସାମୀ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏମାନଙ୍କ ଠାରୁ ଉକ୍ତ ଶୁଭଲକ୍ଷ୍ମୀ ଦୋକାନର ୧୫ଟି ମୋବାଇଲ, ୧ଲକ୍ଷ ୭୭ ହଜାର ଟଙ୍କା ଚୋରି କରିଥିବା ବେଳେ ୬/୦୧ରେ ଚୋର ହୋଇଥିବା ଭୋଳାନାଥ ଦୋକାନରୁ ୧୦୦ଟି ମୋବାଇଲ ଫୋନ ଚୋରି ହୋଇଥିଲା।୪୦ଟି ମୋବାଇଲ ଜବତ ହୋଇଥିଲା ତାହା ମଧ୍ୟରୁ ଶୁଭଲକ୍ଷ୍ମୀ ର ୬ଟି ଓ ଭୋଳାନାଥର ୩୪ଟି ମୋବାଇଲ ମିଳିଛି। ଏବଂ ୭୧ ହଜାର ଟଙ୍କା ଓ ଗୋଟିଏ ଆପାଚି ମୋଟର ସାଇକେଲ ଜବତ କରିଛି। ପ୍ରଥମେ ମୋବାଇଲ ଟ୍ରାକିଂକୁ ଭିତ୍ତି କରି ଢେଙ୍କାନାଳ ପୋଲିସ ସାହାର୍ଯ୍ୟରେ ମନୁ ନାଏକକୁ ଗିରଫ କରିବା ପରେ କଟକ ପୋଲିସ ସାହାର୍ଯ୍ୟରେ ରାହୁଲକୁ ଗିରଫ କରିଥିବାର ଜଣାପଡିଛି। ମଙ୍ଗଳବାର ଦିନ ଏହି ଦୁଇ ଜଣ ଅନ୍ତଃରାଜ୍ୟ ଲୁଟେରାକୁ କୋର୍ଟ ଚାଲାଣ କରିଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top