ଜିଲ୍ଲା ପରିକ୍ରମା

ପ୍ରତିଷ୍ଠା ହେଲା ରୋଟାରୀ ଯାଜପୁରରୋଡ ରୟାଲ; ବରିଷ୍ଟ ସାମ୍ବାଦିକ ଅଭୟ ପତିହେଲେ ସଭାପତି

ଯାଜପୁର-୬/୮(ଓଡିଆ ପୁଅ/ଏ.ରାଉତ) ରୋଟାରୀ ଯାଜପୁରରୋଡ ରୟାଲ ନାମରେ ଏକ ରୋଟାରୀ କ୍ଲବ ବ୍ୟାସନଗରରେ ପ୍ରତିଷ୍ଠା କରାଯାଇଛି। ବ୍ୟାସନଗର ପ୍ରେସ ଫୋରମ ପରିସରରେ ଅନୁଷ୍ଠିତ ଆଜିର ପ୍ରଥମ ବୈଠକରେ କ୍ଲବର ସଭାପତିଭାବେ ରୋଟାରିଆନ୍ ଅଭୟ ପତି ଓ ସଂପାଦକଭାବେ ପ୍ରବୀର କୁମାର ବିଶ୍ୱାଳ, ଉପ ସଭାପତିଭାବେ ଚିତ୍ତରଞ୍ଜନ ବୋଇତାଇ, କୋଷାଧ୍ୟକ୍ଷଭାବେ ଅଜୟ କୁମାର ସାହୁଙ୍କୁ ମନୋନୀତ କରାଯାଇଛି। ଭଦ୍ରକ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ମାଙ୍ଗିଲାଲ ବଲଦେୱାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିଥିଭାବେ ରୋଟାରିଆନ୍ ବିଜୟ କୁମାର ସାହୁ, ରୋଟାରିଆନ୍ ଅଭିଜିତ୍ ନାୟକ, ଇନରହୁଇଲ କ୍ଲବର ସଭାପତି ଅସ୍ମିତା ପତି ପ୍ରମୁଖ ଯୋଗଦେଇ ରୋଟାରୀ କ୍ଲବର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କଲବ ପକ୍ଷରୁ ଡିଷ୍ଟିକ୍ଟ ଗଭର୍ଣ୍ଣର ଭବାନୀ ପ୍ରସାଦ ଦାସଙ୍କୁ କୃତଜ୍ଞତା ଆସନ୍ତା ୧୫ ଦିନ ମଧ୍ୟରେ ପୁଣି ଏକ ବୈଠକ କରାଯାଇ ପୂର୍ଣର୍ାଙ୍ଗ କମିଟି ଘୋଷଣା କରାଯିବବୋଲିୁ ଶ୍ରୀ ପତି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top