ପ୍ରତିଷ୍ଠାଦିବସରେ ଜିଲ୍ଲା ବିଜେଡିକୁ ଝଟକା ;ବିଜେଡି ଛାଡିଲେ ବ୍ଲକ ଉପାଧ୍ୟକ୍ଷ

କୋରାପୁଟ ;ତା ୨୬-୧୨-୧୭(ଓଡିଆ ପୁଅ/ରଂଜନ କୁମାର ଦାସ)ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ବିଷୋଇ ଦଳରୁ ଇସ୍ତଫା ଦେବା ଘଟଣା ଜିଲ୍ଲାରେ ଚର୍ଚାର ବିଷୟ ହୋଇଥିବା ବେଳେ ଜିଲ୍ଲା ବିଜେଡିକୁ ଏହା ଏକ ବଡ ଝଟକା ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇଯାଇଛି। ଦଳୀୟ ନେତୃବୃନ୍ଦଙ୍କ ଅପାରଗତା ତଥା ଦଶମନ୍ତପୁର ବ୍ଲକ ସଭାପତିଙ୍କ ଦଳ ବିରୋଧି କାର୍ଯ୍ୟକୁ ପ୍ରତିବାଦ କରି ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି। ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜିଲା ସଭାପତି କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ନିକଟକୁ ପଠାଇଥିବା ଦଶମନ୍ତପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। ବ୍ଲକ ସଭାପତି ବିପୀନ ହିଆଲ ବିଭିନ୍ନ ସମୟରେ ଦଳ ବିରୋଧି କାର୍ଯ୍ୟ କରିବା, କଂଗ୍ରେସ ସହ ଭିତିରିଆ ବୁଝାମଣା, ଏପରିକି ପଂଚାୟତ ନିର୍ବାଚନ ବେଳେ ବ୍ଲକ ସଭାପତି ଦଳୀୟ ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ଚକ୍ରାନ୍ତ କରିବା ଭଳି ଘଟଣା ଓ ବ୍ଲକ ସଭାପତିଙ୍କ କାର୍ଯ୍ୟରେ କେବଳ ସେ ନୁହଁନ୍ତି ଅନେକ କର୍ମୀ ମଧ୍ୟ ଅସନ୍ତୁଷ୍ଟ ଥିବା ସେ ଜିଲା ସଭାପତି ଏବଂ ଅନ୍ୟ ଜିଲା ସ୍ତରୀୟ ନେତାଙ୍କୁ ବାରମ୍ବାର ଜଣାଇଥଲେ ସୁଦ୍ଧା ସମସ୍ତେ ଚୁପ ବସି ରହିଲେ। ତେଣୁ ସେ ଦଳରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି।ଦଶମନ୍ତପୁରଠାରେ ଆୟୋଜିତ ଦଳର ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେବା ପରେ ଏକ ସାମ୍ବାଦିକ ସମ୍ମିଳନି କରି ବିଜେଡି ଦଳରୁ ଇସ୍ତାଫା ଦେଇଥିବା ପ୍ରକାଶ କରିଥିଲେ। ନାରାୟଣ ବିଷୋୟୀ ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ଦିନରୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆସ୍ଥା ରଖି ଦଳର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଗତ ଦିନରେ ଦୁଇଥର ବ୍ଲକ ସଭାପତି, ଯୁବ ସଭାପତି, ସାସଂଦ ପ୍ରତିନିଧି ଥିବାବେଲେ ବର୍ତମାନ ଜିଲା ସମ୍ପାଦକ ଓ ଦଶମନ୍ତପୁର ବ୍ଲକ ଉପାଧ୍ୟକ୍ଷ ରହିଛନ୍ତି। ତେବେ ସେ ନିକଟରେ ଅନ୍ୟ କୌଣସି ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ନାହିଁ ବୋଲି କହିଛନ୍ତି। କୋରାପୁଟ ଜିଲ୍ଲାର ଜଣେ ଦାୟିତ୍ୱସଂପନ୍ନ ନେତା ବିଜେଡି ଦଳରୁ ଇସ୍ତାଫାଦେବା ଦ୍ୱାରା ବିଜେଡି ଦଳର ନିଶ୍ଚିତଭାବେ କ୍ଷତି ହେବ ବୋଲି ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଏ ସଂପର୍କରେ କିଛି ହେଲେ ବି କହି ନ ଥିଲେ।

Leave a Reply

Your email address will not be published. Required fields are marked *