ଜିଲ୍ଲା ପରିକ୍ରମା

ପ୍ରତିଶୋଧ ନେଉଛନ୍ତି ବିଧାୟିକା! ନିଲମ୍ବିତ ପୌର ପରିଷଦ ଇ.ଓ ଙ୍କ ଦୁର୍ନୀତି ତଦନ୍ତ ସରିବ କେବେ?

ଟିଟିଲାଗଡ଼ ୧୭-୮ (ଓଡ଼ିଆ ପୁଅ/ ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡକୁ ପାନୀୟ ଜଳଯୋଗାଣ ତଥା ଜିଲ୍ଲା ମାନ୍ୟତା ଦାବି ନେଇ ବିଗତ ଦିନରେ ତତ୍କାଳୀନ ଏନଏସି ନିର୍ବାଚନକୁ ଦୀର୍ଘ ବର୍ଷ ଧରି ବନ୍ଦ କରି ଦିଆ ଯାଇଥିଲା ଓ ପରେ ପାନୀୟ ଜଳଯୋଗଣ ହୋଇଥିଲା ଓ ଜିଲ୍ଲା କରିବା ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏପରି କି ଆମରଣ ଅନଶନ ତଥା ବ୍ୟାପକ ଉତ୍ତେଜନା ସହ ପୋଡାଜଳା ପରି ଉତ୍ତେଜନାତ୍ମକ ପରିସ୍ଥିତି ଦେଖା ଦେଇଥିଲା। ପରେ ଏନଏସି ନିର୍ବାଚନ ହେବା ସହ ନଗରପାଳ ଭାବେ ଲୋକପ୍ରିୟ ଜନପ୍ରତିନିଧି ଶ୍ରୀ ଶୁଭ୍ରାଂଶୁ ଦାସ ବିପୁଳ ସମର୍ଥନରେ ଇଲେକ୍ସନ କିଙ୍ଗ ହୋଇ ଉକ୍ତ ପଦବୀ ଅଳଙ୍କୃତ କରିଥିଲେ। ତାଙ୍କ ରାଜନୈତିକ ଓ ଦୂରଦୃଷ୍ଟି ତଥା ପରିଚାଳନା ଦକ୍ଷତା ଯୋଗୁଁ ସହରକୁ ରାଜ୍ୟରେ ଏକ ନମ୍ବର ଉନ୍ନତିମୂଳକ ସହର ଭାବେ ପରିଚିତ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକାଳ ପରେ ହୋଇଥିବା ବିଭିନ୍ନ କାର୍ଯ୍ୟ ଉନ୍ନତମୂଳକ ହୋଇଥିବାରୁ ସେହିପରି ଆଉ ପାଞ୍ଚ ବର୍ଷ ଠିକ ଭାବେ ଚଳି ଥିଲା। ଶ୍ରୀମତି ଯମୁନା ପାଢ଼ୀ ତାଙ୍କ ପରେ ନଗରପାଳ ଦାୟିତ୍ୱ ନେଇଥିଲେ ଓ ବିଭିନ୍ନ ରକ୍ଷଣାବେକ୍ଷଣ ନେଇ କୌଣସି ଅଭିଯୋଗ ଆସିନଥିଲା। ହେଲେ ତାଙ୍କ ପରେ ନିଜ ସ୍ଥିତି ଖୁବ ଅଳ୍ପ ଦିନରେ ସୁଦୃଢ କରିଥିବା ସ୍ୱର୍ଗତ ଅଭିମନ୍ୟୁ ସାହୁ ଙ୍କ ସମର୍ଥନ ରେ ସାଇକେଲ ଚିହ୍ନ ରେ ଗୋବର୍ଦ୍ଧନ ନାଗ ନଗରପାଳ ପଦବୀ ପାଇଥିଲେ। ପୂର୍ବେ ସେ ଜଣେ ଶିକ୍ଷକ ତଥା ସଂଗୀତ ରେ ପାରଦର୍ଶିତା ଥିବା ବେଳେ ଏହି କ୍ଷେତ୍ରରେ ପ୍ରଥମେ ଦାଇତ୍ୱ ବହନ କରି ରହିଛନ୍ତି। ଯଦ୍ବାରା ଦକ୍ଷତା ର ଅଭାବ ଓ ତାଙ୍କ ସରଳତା ର ସୁଯୋଗ ନେଇ ବିଭାଗୀୟ ମୁଖ୍ୟ ଅଧିକାରୀ ଶ୍ରୀ ବେହେରା ସ୍ଥାନୀୟ ବିଧାୟିକା ଟୁକୁନି ସାହୁ ଙ୍କ ସହ ମିଶି ଏକଚାଟିଆ ଶାସନ ଚଳେଇ ପୌରାଧ୍ୟକ୍ଷ ଶ୍ରୀ ନାଗଙ୍କୁ ରବରଷ୍ଟାମ୍ପ ରେ ପରିଣତ କରି ଦେଲେ ଯାହା ସାର୍ବଜନୀନ। ଏହି ବିଧାୟିକା ଏ ଅଞ୍ଚଳର ନ ହୋଇଥିବା ତଥା ତାଙ୍କ ସ୍ୱାମୀ ଙ୍କୁ ହତ୍ୟା ନେଇ ସଂକୀର୍ଣ୍ଣ ମନୋଭାବ ନେଇ କେବଳ କାଗଜପତ୍ର ରେ କୋଟି କୋଟି ଟଙ୍କାର ବ୍ୟୟ ବରାଦ ଦର୍ଶାଇ ଚାଲିଛନ୍ତି। ତେଣୁ ଏବେ ପରିମଳଠୁ ନେଇ ସମସ୍ତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯିବ। ନେଇ ତୀବ୍ର ଉତେଜନା ବୃଦ୍ଧି ପାଉଛି, ସିନା ଶୁଣିବାକୁ କେହିନାହାନ୍ତି। ଏପରିକି କୋଟି କୋଟି ଟଙ୍କାର ବ୍ୟୟ ଅଟକଳ କାଗଜପତ୍ର ରେ କରି ଅର୍ଥ ହଡପ ନେଇ ଜିଲ୍ଲା ଜନସେବା ସଂଘ ସୂଚନା ଅଧିକାର ଅନୁଯାୟୀ ସବିଶେଷ ଦସ୍ତବେଜ ସହ ଲିଖିତ ଅଭିଯୋଗ ପରେ ମାତ୍ର ଏକ ପୁରୁଣା ଛୋଟ ଭୁଲ ପ୍ରମାଣିତ ହେବ ଦର୍ଶାଇ ନିଲମ୍ବନ କରି ଅନ୍ୟ ବିଷୟ ତଦନ୍ତ ଚାଲିଥିବା କହି ଦିନ ଗଡ଼ଯଉଁଥିବା ଜନସେବା ଅଭିଯୋଗ କରୁଛି। ତେବେ ଏ ନେଇ ଭୁବନେଶ୍ୱର ଯାଇ ସେଠି ସଲସୁତୁରା ନୀତି ଓ ରାଜନୈତିକ ଚାପ ପକେଇ ସବୁ ଦୁର୍ନୀତି ଚପେଇଦେବା ଉଦ୍ୟମ ବେଶ ଜୋରରେ ଚାଲିଥିବା ବେଳେ ସାଧାରଣଙ୍କ ଦୁର୍ଦଶା ଅକଥନୀୟ ହୋଇ ବଢିଚାଲିଛି। ସାଧାରଣ ପରିମଳ ତ ଦୂର ବର୍ଷାରେ ସ୍ଥିତି ବେହାଲ ହେବା ସହ ଜନ ଅସନ୍ତୋଷ ତୀବ୍ର ରୂପ ନେଇ ଚାଲିଛି। ସ୍ଥାନୀୟ ବିଧାୟିକା ନିଜ ପଦ ମର୍ଯ୍ୟାଦାର ଅସତ ବ୍ୟବହାର ସହ ଦୁର୍ନୀତି ରେ ନିଜେ ଜଡିତ ରହିବ। ନେଇ ବେଶ ସମାଲୋଚନାର ଶିକାର ହୋଇଚାଲିବା ସାରହେଉଛି। ସ୍ଥାନୀୟ ବଜେପି ଓ କଂଗ୍ରେସ ଦଳ ପକ୍ଷରୁ ଅବା ଜଣେ ବଳିଷ୍ଠ ବିରୋଧୀ ନେତୃତ୍ୱ ଅଭାବ ଦେଖାଯାଇଛି।ଏଣୁ ସାଧାରଣ ସର୍ବନିମ୍ନ ସୁବିଧା ସୁଯୋଗ କିପରି ପାଇବେ ସେ ନେଇ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଶାସନସଚିବ ଦୃଷ୍ଟି ଦେବା ଓ ସମସ୍ତ ବ୍ୟୟ ଅଟକଳର ତଦନ୍ତ କରିବା ପାଇଁ ଦୃଢ ଦାବି ହେଉଛି।ତେବେ ରାଜନୀତି କ୍ଷମତା ହାସଲ କରିଥିବା ଏହି ବିଧାୟିକା ଙ୍କୁ ସାଧାରଣ ଛି ଛାକର କରି କାର୍ଯ୍ୟ କାଳ ସରିବା ଅପେକ୍ଷା ରେ ଥିବା ବେଳେ ତାଙ୍କ ନେତୃତ୍ୱରେ ଅଭାବ ଯୋଗୁଁ ଦଳୀୟ କର୍ମୀମାନେ ବିରୋଧୀ ପାଲଟି ସାରିଛନ୍ତି।ଓ ସେ ପୁନଃ ପ୍ରତିଦ୍ୱନ୍ଦିତା କଲେ ଓ ମଦ ଓ ଟଙ୍କା କୁ ଅସ୍ତ୍ର କଲେ ସୁଦ୍ଧା ଜିତିବା ମୁସ୍କିଲ ବୋଲି ଆଲୋଚନା ହେଉଛି।ସେହିପରି ଏହି ଅଂଚଳରେ ବିଜେଡ଼ି ଦଳରୁ ଜଣେ ପ୍ରଭାବଶାଳି ନେତା ପ୍ରତିଦ୍ୱନ୍ଦୀ କରି ନୀତି ମୁଖ୍ୟମନ୍ତ୍ରୀ ହେବା ପାଇଁ ବେଶ ତତ୍ପରତା ପ୍ରକାଶ କରିଛନ୍ତି।

Exif_JPEG_420

Exif_JPEG_420

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top