ଜିଲ୍ଲା ପରିକ୍ରମା

ପ୍ରତିଭା ମହୋତ୍ସବ ଉଦ୍ୟାପିତ

ଖଇରା/ବାଲେଶ୍ୱର, ୮/୧(ଓଡ଼ିଆ ପୁଅ/ନରେନନ୍ଦ୍ର ପ୍ରସାଦ ବେହେରା)-ଖଇରା ବଜାର ଦୂର୍ଗା ମଣ୍ଡପ ଠାରେ ୨ ଦିନ ଧରି ଅନୁଷ୍ଠିତ ହୋଇଥିବା ପ୍ରତିଭା ମହୋତ୍ସବ ଗତକାଲି ଉଦ୍ୟାପିତ ହୋଇଯାଇଛି। ଏହି ଉଦ୍ୟାପନି ଦିବସରେ ବୁଧିରାମ ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ବାଲେଶ୍ୱରର ଭେଷଜ ବିଶେଷଜ୍ଞ ଚୌଧୁରି ସତ୍ୟବ୍ରତ ନନ୍ଦ ଯୋଗଦେଇ ଭାରତ ବିଶ୍ୱର ଏକ ଆଧ୍ୟାତ୍ମିକ ଦେଶ ହୋଇଥିବାରୁ ଏ ଦେଶ ମଧ୍ୟରେ ସଭ୍ୟତା ଓ ସଂସ୍କୃତି ଭରି ରହିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଭଣା ବେଳାଭୂମି କଲେଜର ଅଧ୍ୟକ୍ଷ ଡା.ବନମାଳି ବେହେରା ଯୋଗଦେଇ ସମୟକୁ ବିତେଇବା ଓ ନିଜର ଭାବନାକୁ ପରିପ୍ରକାଶ କରିବା ପାଇଁ ପ୍ରତିଭା ପରିବାର ଏକ ମାଧ୍ୟମ ଭାବେ ଦଣ୍ଡାୟମାନ, ନିଜର ଅର୍ନ୍ତନିହିତ ଶକ୍ତିକୁ ବିକଶିତ କରିବାପାଇଁ ଏ ପରିବାର ସୃଷ୍ଟି, ଏମିତି ପ୍ରତିଭାବାନ ବ୍ୟକ୍ତି ହେବାଦରକାର ଯିଏ ରାଜତନ୍ତ୍ରର ସିଂହାସନକୁ ଦୋହଲାଇ ଦେଇ ପାରିବ, ଏ ମାଟି ଏକ ପ୍ରତିଭାର ମାଟି ଓ ଏ ମାଟିର ମହତ ଗୁଣକୁ ଭଲପାଇବା ପାଇଁ ମୁଁ ଆଜି ଏଠି ଠିଆ ହୋଇପାରିଛି ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଂପାଦକ ଭାବେ ଖଇରା କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ ଯୋଗଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଖଇରା ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ଯୋଗଦେଇ ପ୍ରତିଭା ପରିବାରର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହିତ ସମସ୍ତ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ। ସୁଦୁର କେଉଁଝର ଜିଲ୍ଲାର ଯୁବ କବି ଚିତ୍ତରଞ୍ଜନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତେ ମହୁ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ, ଓଡ଼ିଆ ସଂସ୍କୃତି ଏକ ମହାନ ସଂସ୍କୃତି ବଞ୍ଚିଛି ବଞ୍ଚେଇବା, ରଜରେ ପୋଡପିଠା ଓ କୁଆଁର ପୂନେଇରେ କଇଁ ଫୁଲ ନ ମିଳିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଖଇରା କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟଙ୍କାକିଆ ଚାଉଳ ଓ ଭତ୍ତା ଲୋକଙ୍କର ମାନସିକତାକୁ ଦୁର୍ବଳ କରିଦେଉଥିବାର ପ୍ରକାଶ କରିଥିଲେ। ରୀତାରାଣି ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ପ୍ରତିଭାଶ୍ରୀ ସମ୍ମାନ ଡ.ଭାଗବତ ଲେଙ୍କା, ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ ଡ.ବନମାଳି ବେହେରାଙ୍କ ସମେତ ବିଭିନ୍ନ ପ୍ରତିଭାଧାରୀ ବ୍ୟକ୍ତିମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଡା. ଚୌଧୁରି ସତ୍ୟବ୍ରତ ନନ୍ଦ, ଆଇଆଇସି ଲୋପାମୁଦ୍ରା ନାୟକ, କବି ଚିତ୍ତରଞ୍ଜନ ନାୟକ, ମୁକ୍ତିକାନ୍ତ ଶତପଥୀ, ଡା. ବନମାଳି ବେହେରା ପ୍ରମୁଖ ନିମନ୍ତ୍ରୀତ ଅତିଥିମାନଙ୍କୁ ପ୍ରତିଭାପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା। ଶଙ୍ଖଧ୍ୱନି ଓ ନୃତ୍ୟ ପ୍ରତିଯୋଗିତା ବିଭିନ୍ନ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୨ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରତିଭା ପରିବାରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top