ପ୍ରତିଭା ପୂଜା ସଂସଦ ପକ୍ଷରୁ ସ୍ମୃତିସଭା

କେନ୍ଦ୍ରାପଡା ୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଆଜି ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସୂର୍ଗତ ଭିକାରି ଚରଣ ମହାନ୍ତିଙ୍କ ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ସାହୁ, ଗୋଲଖ ଚନ୍ଦ୍ର ପଢିଆରି, ମନୋଜ କୁମାର ଦାସ, ଗୋପାଳ ମହାପାତ୍ର, ପ୍ରଫୁଲ୍ଲ କୁମାର ସ୍ୱାଇଁ, ସନ୍ତୋଷ କୁମାର କର ପ୍ରମୁଖ ଯୋଗଦେଇ ସୂର୍ଗତ ମହାନ୍ତି ଓ ନାଟ୍ୟକାର ଅନନ୍ତ ଓଝାଙ୍କ ସ୍ମୃତିଚାରଣ କରିଥିଲେ। ସମ୍ପାଦକ ଶୁସିଲ ସାମଲ ଉଭୟଙ୍କ ସହିତ ବିତାଇଥିବା ଦିନଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମେ ଉଭୟ ଅମରଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *