ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଭଦ୍ରକ, ୧୭ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଚିନ୍ତାମଣୀ ସ୍ମାରକୀ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଦର୍ଶ କୃଷକ ଗୌରାଙ୍ଗ ଚରଣ ଶ୍ରଦ୍ଧାଞ୍ଜଳୀ ସମାରୋହ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକ ବେଲଦା ଠାରେ ସାରଥୀ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସାହିତି୍ୟକ ପ୍ରଫୁଲ୍ଲ ପଣ୍ଡା, କବି ଦୟାନିଧି ମିଶ୍ର, ପଣ୍ଡିତ ସଚ୍ଚିକାନ୍ତ ତ୍ରିପାଠୀ, ଶିକ୍ଷାବିତ ବୈକୁଣ୍ଠ ବିଶ୍ୱାଳ ଯୋଗଦେଇ ସ୍ୱାର୍ଥସର୍ବସ୍ୱ ସମାଜ ଜୀବନର ସଂସ୍କାର ପାଇଁ ତଥା ପୂୁଜ୍ୟପୂଜାର ସଫଳ ରୂପାୟନ କ୍ଷେତ୍ରରେ ଯୁବସମାଜ ପ୍ରଭାବିତ ହେବବାପାଇଁ ଅତିଥୀମାନେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ଶିଶୁ ସାହିତି୍ୟକ ବଂଶୀଧର ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ପ୍ରତିଯୋଗିତାରେ ସୁଶ୍ରୀ ସ୍ମୃତିପ୍ରଭା ପାଢ଼ୀ, ଶ୍ରଦ୍ଧାଞ୍ଜଳୀ ସ୍ୱାଇଁ, ସାଧନା ଶ୍ରଦ୍ଧାଞ୍ଜଳୀ ବେହେରା, ରୁବିନା ମାଝୀଙ୍କୁ ପୁରସ୍କାର ଓ ଆର୍ଥୀକ ପ୍ରୋସôାହନ ଦିଆଯାଇଥିଲା । ଗୌରାଙ୍ଗ ଚରଣ ମେମୋରିଆଲ ଟ୍ରଷ୍ଟର ସଭାପତି ଉପେନ୍ଦ୍ର ମାଝୀ, ସଂପାଦକ ଦେବେନ୍ଦ୍ର ମାଝୀ, ସହ ସଂପାଦକ ରବୀନ୍ଦ୍ର ମାଝୀଙ୍କ ବ୍ୟବସ୍ଥାପନରେ ଆୟୋଜିତ ଏହି ସ୍ମାରକୀୀ ଉସôବକୁ ବିରେନ୍ଦ୍ର ମାଝୀ ସଂଯୋଜନା କରିଥିଲେ । ମନୋଜ ପଣ୍ଡା ଓ କାଳନ୍ଦୀ ମଲିକଙ୍କ ପରିଚାଳନାରେ ବିଦ୍ୟାର୍ଥୀଙ୍କ ଦ୍ୱାରା ପ୍ରବନ୍ଧ ଓ କବିତା ଲିଖନ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋାଇଥିଲା । ସୁରେଶ ପତ୍ରୀ ଓ ସଂବିତ ମିଶ୍ରଙ୍କ ଦିଗଦର୍ଶନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବ୍ୟକ୍ତି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *