ଜିଲ୍ଲା ପରିକ୍ରମା

ପ୍ରତାରଣା କରୁଛି ପ୍ରାଣୀଧନ ବିଭାଗ ୧୯ରେ ବିଧାନସଭା ଆଗରେ ଗୋ-ମିତ୍ରଙ୍କ ଧାରଣା

ଭଦ୍ରକ, ୧୮ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବାରମ୍ବାର ସରକାରଙ୍କ ଦ୍ୱାରା ପ୍ରତାରିତ ହେବା ପରେ ଆସନ୍ତା ୧୯ ତାରିଖରୁ ଗୋମିତ୍ରମାନେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତି ନେଇଛନ୍ତି । ଏଥିନେଇ ଗୋ-ମିତ୍ର ସଂଘ ପକ୍ଷରୁ ସରକାରଙ୍କୁ ପୂର୍ବରୁ ଅବଗତ ମଧ୍ୟ କରାଯାଇଛି । ପ୍ରକାଶଥାଉକି; କେନ୍ଦ୍ର ସରକାରଙ୍କ ଜାତୀୟ ଗୋ-ପ୍ରଜନନ ଯୋଜନାରେ ୨୦୦୩ରେ ରାଜ୍ୟ ସରକାର ୧୬୫୦ ଜଣ ଗୋମିତ୍ରଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସେମାନଙ୍କୁ ପ୍ରାଣିଧନ ସହାୟକ କେନ୍ଦ୍ର ନ ଥିବା ପଞ୍ଚାୟତଗୁଡିକରେ ଆତ୍ମନିଯୁକ୍ତି ଭିତ୍ତିରେ ନିୟୋଜିତ କରିଥିଲେ । ବିନା ପାରିଶ୍ରମିକରେ ଗୋ-ମିତ୍ରମାନେ କୃତ୍ରିମ ପ୍ରଜନନ ସେବା ସହିତ ସବୁଜ ଘାଷ ଚାଷ, ଟିକାକରଣ, ପ୍ରାଥମିକ ଚିକିତ୍ସ । ସେବା ଆଦି କାର୍ଯ୍ୟରେ ଏବେ ବି ନିୟୋଜିତ ଥିବା ବେଳେ ସରକାର ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରୁନାହାନ୍ତି । ଗୋ-ମିତ୍ରଙ୍କୁ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେବା ଲାଗି ସରକାର ପ୍ରତିଶ୍ରୁତି ଦେଇଥିଲେ । ଏବାବଦରେ ଗେଜେଟ ବିଜ୍ଞପ୍ତି ମଧ୍ୟ ୨୦୧୭ ମେ ୧୨ ତାରିଖରେ (ନଂ୫୮୪୨) ପ୍ରକାଶ ପାଇଛି । ଯେଉଁଥିରେ ଗୋ-ମିତ୍ରମାନେ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀଭାବେ ନିଯୁକ୍ତି ପାଇବାର ଯୋଗ୍ୟତା ରଖୁଥିବା କୁହାଯାଇଛି । ଏଥିପାଇଁ ଗୋ-ମିତ୍ରଙ୍କ ବୟସ ସୀମା ୪୫ ରଖାଯାଇଛି । ହେଲେ ନିଯୁକ୍ତି କେବଳ ଗେଜେଟ ବିଜ୍ଞପ୍ତିରେ ସୀମିତ ରହିଛି । ଯଦିଓ ରାଜ୍ୟରେ ଏବେ ସହସ୍ରାଧିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରାଣୀସଂପଦ  ବିଭାଗରେ ଖାଲି ପଡିଛି କିନ୍ତୁ ସେସବୁକୁ ପୂରଣ ଦିଗରେ ସରକାରଙ୍କ ନିଘାନାହିଁ ବୋଲି ଗୋମିତ୍ରମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଗୋ-ମିତ୍ର ମହାସଂଘ ଓଡିଶା ପକ୍ଷରୁ ଆସନ୍ତା ୧୯  ତାରିଖରୁ ବିଧାନସଭା ସମ୍ମୁଖରେ ଧାରଣା ଓ ପରବର୍ତ୍ତୀ ଅବସ୍ଥାରେ ଅନଶନ କରାଯିବ ବୋଲି ମହାସଂଘର ସଭାପତି ଅଶୋକ ନାୟକ, ଭଦ୍ରକ ଜିଲା ସଭାପତି କିଶୋର ପଣ୍ଡା, ସଂପାଦକ  ସଦାନନ୍ଦ ମଲ୍ଲିକ, ସହ ସଂପାଦକ ନିଗମାନନ୍ଦ ବଳ, ଉପସଭାପତି ବସନ୍ତ କୁମାର ସାହୁ, ବିଭୁତି ମଲ୍ଲିକ, ଅଭୟ ସାହୁ, ସୁକାନ୍ତ ନାଥ, ହୃଷିକେଶ ପଢିହାରୀ, ତନ୍ମୟ ମହାପାତ୍ର, ରମେଶ ବାରିକ, ନରେଶ ପଲେଇ, ଅକ୍ଷୟ କର ପ୍ରମୁଖ ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top