ପ୍ରଣବନନ୍ଦଜିଙ୍କ ଜୟନ୍ତୀ ପାଳିତ

ପୁରୀ, ୧/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ସ୍ୱର୍ଗଦ୍ୱାରସ୍ଥିତ ଭାରତ ସେବାଶ୍ରମ ସଂଘ ପ୍ରଣବାନନ୍ଦ ବିଦ୍ୟାମନ୍ଦିର ପ୍ରାର୍ଥନା କକ୍ଷରେ ଭାରତ ସେବାଶ୍ରମ ସଂଘର ପ୍ରତିଷ୍ଠାତା ଯୁଗାଚାର୍ଯ୍ୟ ଶ୍ରୀମଦ୍ ସ୍ୱାମୀ ପ୍ରଣବନନ୍ଦ ଜୀ ମହାରାଜଙ୍କ ୧୨୩ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଛି। ଭାରତ ସେବାଶ୍ରମର ସନ୍ୟାସୀ ସ୍ୱାମୀ ନିଗମାନନ୍ଦଜୀ ମହାରାଜ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତା ଚେତନା ହିଁ ବିଦ୍ୟାର୍ଥିମାନଙ୍କୁ ବିଶୃଙ୍ଖଳିତ କରିବା ସହ ସଫଳତାର ଶିର୍ଷରେ ପହଁଚିବାରେ ସାହାଯ୍ୟ କରିଥାଏ ବୋଲି କହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମହାପାତ୍ର କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିବା ବେଳେ ଶିଶୁ ସମାଚାର ସଂପାଦକ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଗୀତା କଣ୍ଠପାଠ ପ୍ରତିଯୋଗୀତାରେ ପ୍ରିୟଦର୍ଶନୀ ଆପଟ, ସର୍ବାଣୀ ପଟ୍ଟନାୟକ, ରାଇ ସାହା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ବରିଷ୍ଠ ବିଭାଗରେ ଲକ୍ଷ୍ମିପ୍ରୀୟା ନନ୍ଦ, ସ୍ମୃତିରେଖା ସେନାପତ ଓ ସୋନାଲିସା ତ୍ରୀପାଠୀ, ଜ୍ୟୋତିଜାଗୃତି ରାୟ ପୁରସ୍କୃତ ହୋଇଥିଲେ। ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ମୋନାଲିସା ପ୍ରଧାନ, ଅଙ୍କିତା ମହାପାତ୍ର, ସୋମାଲିକା ପଢୀଆରୀ ଓ ସୂର୍ଯ୍ୟପ୍ରକାଶ ସାହୁ, ପୂରସ୍କୃତ ହୋଇଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଶିକ୍ଷାବିତ ଶିବସୁନ୍ଦର ମିଶ୍ର, ଶିକ୍ଷାବିତ କାଶୀନାଥ ଖୁଟିଂଆ, ରାମଚନ୍ଦ୍ର ସାହୁ, ପଦ୍ମିନୀ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ଜଳନ୍ଧର ସାହୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ମିନାକ୍ଷୀ ମିଶ୍ରର, କ୍ରୀଷ୍ଣା ଚିହ୍ନରା, ଦିଲ୍ଲୀପ ପଲାଉରୀ, ଦେବାଶିଷ ପଟ୍ଟନାୟକ, ଅଜୟ ମିଶ୍ର, ବିଜୟ ତ୍ରୀପାଠୀ, ଉତ୍ତମ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ଓ ସୁଷମା ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *