ଜିଲ୍ଲା ପରିକ୍ରମା

ପ୍ରଜ୍ଞା ପଟ୍ଟନାୟକଙ୍କୁ ନୀଳମାଧବ ସ୍ମୃତି ସମ୍ମାନ

ସମ୍ବଲପୁର, ୧/୯(ଓଡ଼ିଆ ପୁଅ)- : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟର ପ୍ରତ୍ୟେକ ପଦ ଗବେଷଣାର ଅପେକ୍ଷା ରଖେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆୟୋଜିତ କବିଙ୍କ ୧୫୭ତମ ଜୟନ୍ତୀ ସମାରୋହରେ ପ୍ରଫେସର ବାଉରୀବନ୍ଧୁ ସାହୁ ଏହା କହିଛନ୍ତି। କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ସାହୁ କହିଛନ୍ତି, କମ୍ ଶବ୍ଦରେ ଅଧିକ ଭାବ୍ୟ ବ୍ୟକ୍ତ କରିବା ଦିଗରେ ଗଙ୍ଗାଧର ଜଣେ ଅନନ୍ୟ ସ୍ରଷ୍ଟା। ଡ. ବିଜୟିନୀ ଶତପଥୀ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ଭାଷା ଓ ସଂସ୍କୃତିର ସମ୍ମାନ ବୃଦ୍ଧି ପାଇଁ ଗଙ୍ଗାଧରଙ୍କ ଆହ୍ୱାନ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇ ଚାଲିଥିବ ବୋଲି କହିଥିଲେ। ସମାରୋହରେ ବିଶିଷ୍ଟ ସାହିତ୍ୟିକ ଦାଶରଥୀ ଦାସଙ୍କୁ ଭରତଚନ୍ଦ୍ର ନାୟକ ସ୍ମୃତି ସମ୍ମାନ ଓ ପ୍ରଜ୍ଞା ପଟ୍ଟନାୟକଙ୍କୁ ନୀଳମାଧବ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଜ୍ଞା ଅନୁପସ୍ଥିତ ଥିବାରୁ ତାଙ୍କ ତରଫରୁ ବାପା ଗାଳ୍ପିକ ଶୈଳେଶଚନ୍ଦ୍ର ପଟ୍ଟନାୟକ ସମ୍ମାନ ଗ୍ରହଣ କରିଥିଲେ। ସମାରୋହରେ ଡ. ଶୁକମୁନୀ ମେହେରଙ୍କ ସମ୍ପାଦିତ କୀଚକ ବଧ ପୁସ୍ତକର ଲୋକାର୍ପଣ କରାଯାଇଥିଲା। କୁଳସଚିବ ସୂର୍ଯ୍ୟ ଥଙ୍କପାନ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top