ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୮୦ତମ ବାର୍ଷିକ ମହୋତ୍ସବ

କଟକ ୧୫/୧୦ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୮୦ତମ ବାର୍ଷିକ ମହୋତ୍ସବ ଉପଲକ୍ଷେ କଟକ ସେବାକେନ୍ଦ୍ର ତରଫରୁ ସହୀଦ ଭବନଠାରେ ୧୫.୧୦.୨୦୧୭ ରବିବାର ଦିନ ଶ୍ରୀମଦ୍ ଭଗବଦ୍ ଗୀତା ମହାସମ୍ମିଳନୀର ଆୟୋଜନ କରାଯାଉଛି। ଏହି ସମ୍ମିଳନୀର ଶୁଭ ଉଦ୍ ଘାଟନ ପୂର୍ବାହ୍ନ ୧୦ଟା ବେଳେ ହେବ। ସମ୍ମିଳନୀର ପ୍ରଥମ ଅଧିବେଶନ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୨ଟା ଏବଂ ସାନ୍ଧ୍ୟ ଅଧିବେଶନ ଅପରାହ୍ନ ୫ଟାରୁ ରାତ୍ରି ୮.୩୦ ପର୍ଯ୍ୟନ୍ତ ଚାଲିବ। ଶ୍ରୀମଦ୍ ଭଗବଦ୍ ଗୀତା ମହାସମ୍ମିଳନୀରେ ପ୍ରଥମ ଅଧୀବେଶନର ବିଷୟ “ଗୀତାର ବର୍ଣ୍ଣିତ ଯୁଦ୍ଧ ହିଂସକ ବା ଅହିଂସକ, ଦ୍ୱିତୀୟ- ଅଧିବେଶନର ବିଷୟ ଏବେ କ’ଣ ଗୀତାର ପୁନରାବୃତ୍ତି ହେଉଅଛି?” ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଅତିରିକ୍ତ ମହାସଚିବ ରାଜଯୋଗୀ ଭ୍ରାତା ବ୍ରିଜମୋହନ ଜୀ ଏହି ମହାସମ୍ମିଳନୀର ମୁଖ୍ୟ ବକ୍ତା। ସେ ଜଣେ ସୁବକ୍ତା, ଲେଖକ, ପ୍ରସାରକ ଏବଂ ଆଧ୍ୟାତ୍ମିକ ପତ୍ରିକା ଚଙ୍କକ୍ସସଗ୍ଧଚ୍ଚର ମୁଖ୍ୟ ସମ୍ପାଦକ। ଦୀର୍ଘ ୪୫ ବର୍ଷ ଧରି ବିଶ୍ୱର ୫ଟି ମହାଦେଶରେ ଅନେକ ରାଷ୍ଟ୍ରୀୟ ଏବଂ ଅର୍ନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଛନ୍ତି। ମରିସିୟସ୍ ର ବିଶ୍ୱ ହିନ୍ଦୁ ସମ୍ମିଳନୀ, ସାଉଥ୍ ଆଫି୍ରକାର ଆନ୍ତର୍ଜାତୀୟ ଧର୍ମ ସମ୍ମିଳନୀ ଭଳି ଅନେକ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଛନ୍ତି। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଗୀତା ତତ୍ୱ ଅନୁସନ୍ଧାନ ବିଭାଗରେ ଦୀର୍ଘ ବର୍ଷ ଧରି ପ୍ରସ୍ତାବକ ରୂପେ କାର୍ଯ୍ୟ କରୁଛନ୍ତି। ଭାରତର ବିଭିନ୍ନ ସ୍ଥାନରେ ଶ୍ରୀମଦ୍ ଭଗବଦ୍ ଗୀତାର ବିଭିନ୍ନ ପ୍ରକାର ସେମିନାର ସମ୍ମିଳନୀ ଆୟୋଜନ କରାଇଛନ୍ତି। ଏହି ସମ୍ମିଳନୀରେ ଜବଲପୁରର ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡାଃ. ପୁଷ୍ପା ପାଣ୍ଡେ ବକ୍ତା ରୂପେ ଭାଗ ନେଉଛନ୍ତି। ଡାଃ.ପାଣ୍ଡେ ଭାରତର ଅନେକ ସ୍ଥାନରେ ରାଜଯୋଗ ମେଡିଟେସନ୍, ଗୀତା ଜ୍ଞାନ ଚିନ୍ତାମୁକ୍ତ ଜୀବନ, ରାଜଯୋଗ ଏକ ମହୋଷଧି ଓ ସକାରାତ୍ମକ ଜୀବନଶୈଳୀ ଆଦି ବିଷୟରେ ସାଧାରଣ କାର୍ଯ୍ୟକ୍ରମ, ମେଡିକାଲ କଲେଜ, କ୍ଳବ, ସ୍କୁଲ ଏବଂ କଲେଜରେ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କର ଶ୍ରୀମଦ୍ ଭଗବଦ୍ ଗୀତା ଉପରେ ବିଶେଷ ଆଗ୍ରହ ଥିବାରୁ ଗୀତା ତତ୍ୱ ଅନୁସନ୍ଧାନ ବିଭାଗରେ ଦୀର୍ଘ ବର୍ଷ ଧରି ସେବା କରୁଛନ୍ତି। ଏହି ସମ୍ମିଳନୀରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପୂର୍ବତ୍ତନ ମୁଖ୍ୟ ବିଚାରପତି ଭ୍ରାତା ଭି. ଐଶ୍ୱରିହା ମଧ୍ୟ ସମ୍ମାନୀୟ ବକ୍ତା ଭାବେ ଯୋଗ ଦେଉଛନ୍ତି। ଏହି ସମ୍ମିଳନୀରେ ଗୀତାରେ ଥିବା ଅନେକ ରହସ୍ୟ ସ୍ପଷ୍ଟୀକରଣ ଦିଆଯିବ। ଏହି ମହାସମ୍ମିଳନୀର ଶୁଭ ଉଦ୍ ଘାଟନ ଅବସରରେ ସମ୍ମାନନୀୟ ଅତିଥି ରୂପେ ଦୈନିକ ପତ୍ରିକା ସମ୍ବାଦର ମୁଖ୍ୟ ସମ୍ପାଦକ ଭ୍ରାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ପୁରୀର ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଲେଖ ଚନ୍ଦ୍ର ଷଡଙ୍ଗୀ ଯୋଗ ଦାନ ଦେବେ। ବ୍ରହ୍ମାକୁମାରୀ କଟକ ସବ୍ ଜୋନର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ କମଲେଶ ସମ୍ମିଳନୀରେ ଆର୍ଶୀବଚନ ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *