ପ୍ରଚଣ୍ଡ ଖରାରେ ତାଳପଡା ଗାଁରେ ଆଣ୍ଠୁଏ ପାଣି, ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ

ତିର୍ତ୍ତୋଲ- ତା ୧୮/୬(ଓଡ଼ିଆ ପୁଅ/ଟୁକନ ସେଠୀ)-କଟକ-ପାରାଦ୍ୱୀପ ରାସ୍ତା ସଲଗ୍ନ ତାଳପଡା ଗ୍ରାମ୍ୟରାସ୍ତା ପାଲଟିଛି ମରଣଜନ୍ତା। ପ୍ରଚଣ୍ଡ ରୈାଦ୍ରତାପରେ ମଧ୍ୟ ଗାଁ ଦାଣ୍ଡରେ ବନ୍ୟାର ଦୃଶ୍ୟ। ରାସ୍ତାସାରା ଥିବା ଖାଲଖମା ପରିପୂର୍ଣ୍ଣ ଜଳ ପ୍ଲାବିତ ହୋଇ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ପଥଚାରୀ, ବାଇକ ଆରୋହୀ, ଗ୍ରାମବାସୀ ଭୋଗୁଛନ୍ତି ଦୁର୍ଦ୍ଧଶା। ଏ ସଂପର୍କରେ ଗଣ ମାଧ୍ୟମରେ ଏକାଧିକ ବାର ଖବର ପ୍ରକାଶ ପାଇଲେ ମଧ୍ୟ ବିଭାଗୀ୍ୟ ଅଧିକାରୀଙ୍କ ଭାଙ୍ଗୁନାହିଁ କୁମ୍ଭକର୍ଣ୍ଣ ନିଦ୍ରା। ରାସ୍ତାପାର୍ଶ୍ୱରେ ଥିବା ଡ୍ରେନ ଭର୍ତିହୋଇ ପଚା ଦୁର୍ଗନ୍ଧ ରୋଗ ଜୀବାଣୁ ଯୁକ୍ତ ପାଣୀ ରାସ୍ତାରେ ଜମି ରହିଛି। ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଦୂରାରୋଗ ବ୍ୟାଧି ବ୍ୟାପିବାର ଆଶଙ୍କା ରହିଛି। ମୁଖ୍ୟମନ୍ତ୍ରୀ ପଚାଂୟତର ଉନ୍ନତିପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ତାଳପଡା ଗାଁର ଏହିରାସ୍ତା ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ବ୍ୟଥିତ କରୁଛି।

Leave a Reply

Your email address will not be published. Required fields are marked *