ଜିଲ୍ଲା ପରିକ୍ରମା

ପ୍ରଗତିଶୀଳ ମହିଳା ମଂଚ ପକ୍ଷରୁ ମଦ ଦୋକାନ ଉଚ୍ଛେଦ ନେଇ ଗଣଧାରଣା ୯ ଦଫା ଦାବିନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭଦ୍ରକ,୨୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଆଜି ପ୍ରଗତି ଶୀଳ ମହିଳା ମଂଚ ଭଦ୍ରକ ଜିଲା କମିଟି ପକ୍ଷରୁ ଦୋଳସାହି-ଗୁଆମାଳ ଗ୍ରାମାଞ୍ଚଳ ରାସ୍ତା ଠାରୁ କିଛି ଦୂରରେ ଥିବା ସରକାରୀ ମଦ ଦୋକାନ ସହ ବେଆଇନ୍ ରନ୍ଧାମଦ ବିକି୍ର ବନ୍ଦ କରିବା ଦାବିରେ  ଜିଲାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିସହ ପୁରୁଣା ଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।  ପ୍ରଗତିଶୀଳ ମହିଳା ମଂଚର ଜିଲା କମିଟି ମୁଖ୍ୟା କୁନି ଯେନାଙ୍କ ନେତୃତ୍ୱରେ ଆରତୀ ଯେନା, ଦୀପ୍ତିମୟୀ ଯେନା, ରୁନୁ ଯେନା, ପ୍ରମିଳା ଯେନା, ବାସନ୍ତୀ ଯେନା, ଟୁକୁନା ଯେନା, ବାସନ୍ତୀ ବେହେରା, ଅନ୍ନପୂର୍ଣ୍ଣା ଯେନା, ହେମଲତା ଦାସ, ପୁଷ୍ପାଂଜଳି ମହାଳିକ, ମାଳତୀ ସାହୁ ପ୍ରମୁଖ ସଦସ୍ୟାମାନେ ଦୋଳସାହି-ଗୁଆମାଳ ଗ୍ରାମାଞ୍ଚଳ ରାସ୍ତା ଠାରୁ କିଛିଦୂର ଚାଷଜମି ମଧ୍ୟରେ ଥିବା ସରକାରୀ ବିଦେଶୀ ମଦ ଭାଟିକୁ ଯଥାଶୀଘ୍ର ଉଚ୍ଛେଦ, ତିହିଡି ବ୍ଲକ୍ ଗ୍ରାମାଞ୍ଚଳ ତାଳପଦା, ଅଚକ, ମୁକୁନ୍ଦପୁର ଓ ଗୁଆମାଳ ଭଳି ପଂଚାୟତରେ କୁଟୀର ଶିଳ୍ପରେ ପରିଣତ ହୋଇଥିବା ରନ୍ଧାମଦକୁ ସଂପୂର୍ଣ୍ଣ ବନ୍ଦ କରାଯିବା, ଚୋରା ମଦ, ଗଂଜେଇ ଓ ବ୍ରାଉନ୍ସୁଗାର ବିକି୍ରର ମୂଳତ୍ପାଟନ, ମଦବେପାରୀଙ୍କ ନାମରେ ମହିଳାମାନଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ମୂଳେ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନାମରେ ହୋଇଥିବା ମିଛ କେଶ୍ ରଦ୍ଦ, ନାବାଳିକାମାନଙ୍କ ଉପରେ ହେଉଥିବା ଗଣବଳାକôାର ବନ୍ଦ, ଯୌତୁକ ଜନିତ ନିର୍ଯ୍ୟାତନା ଓ ବଧୂହତ୍ୟା ବନ୍ଦ କରାଯିବା, ଡିଜେ ସାଉଣ୍ଡକୁ ବେଆଇନ୍ ଘୋଷଣା କରି ଗାଡି, ମାଇକ୍, ମେସିନ୍ ଓ ବକ୍ସ ଜବତ କରାଯିବା, ଭଦ୍ରକ-ଧାମରା କୋଇଲା ଚୋରା ଚାଲାଣ କରାଯିବା ସହ କୋଇଲା ମାଫିଆ ଓ ଚୋରଙ୍କୁ ଯଥାଶୀଘ୍ର ଗିରଫ କରାଯିବା, ଏହି ଚୋରା କୋଇଲା ବେପାରକୁ ସହଯୋଗ କରୁଥିବା ଅସାଧୁ ପୁଲିସ୍ କର୍ମଚାରୀଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ କରି ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଭଳି ଦାବି ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଆଜି ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଗଣଧାରଣା ସ୍ଥଳରେ ସନ୍ଧ୍ୟାରେ ଜିଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଡେପୁଟି କଲେକ୍ଟର ରାଜେନ୍ଦ୍ର କୁମାର ପଣ୍ଡା ଓ ପଦ୍ମନ ରାୟ ସହରାଞ୍ଚଳ ଥାନା ପୁଲିସ୍ ଉପସ୍ଥିତିରେ ପହଞ୍ଚô ଜିଲା ଅବକାରୀ ବିଭାଗ ଦ୍ୱାରା ଉକ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଏ ବିଷୟରେ ରାଜ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ସ୍ଥାନାନ୍ତର କରାଯିବାର ପ୍ରତିଶ୍ରୁତି ଦେବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ବ୍ୟାପକ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲା ପ୍ରଗତିଶୀଳ ମହିଳା ମଂଚ ପକ୍ଷରୁ  ଚେତାବନୀ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top