ଓଡ଼ିଶା

ପ୍ରଖ୍ୟାତ ଲେଖିକା ତସଲିମା ନସରିନଙ୍କୁ ଓଡ଼ିଶାର ବୋମକାଇ ଶାଢ଼ୀ ବହୁତ ପସନ୍ଦ

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ପ୍ରଖ୍ୟାତ ଲେଖିକା ତସଲିମା ନସରିନଙ୍କୁ ଓଡ଼ିଶାର ବୋମକାଇ ଶାଢ଼ୀ ବହୁତ ପସନ୍ଦ। ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ସମ୍ବନ୍ଧରେ ଲେଖି ବୋମକାଇ ଶାଢ଼ୀର ପ୍ରଶଂସା କରିଛନ୍ତି।

ଉଲ୍ଲେଖନୀୟଯେ, ବୋମକାଇ ଶାଢ଼ୀ ହେଉଛି ଓଡ଼ିଶାର ପାଂରମ୍ପରିକ ଶାଢ଼ୀ। ଗଞ୍ଜାମ ଜିଲ୍ଲାର ଗ୍ରାମ ବୋମକାଇ ନାମରେ ଏହା ନାମିତ। ଗଞ୍ଜାମ ଜିଲ୍ଲାରେ ଏହାର ଉତ୍ପତି ସ୍ଥଳ। ଏହାକୁ ମଧ୍ୟ ସୋନପୁରୀ ଶାଢ଼ୀ କହିଥାନ୍ତି। ସୋନପୁର ଜିଲ୍ଲାରେ ଏହିଶାଢ଼ୀକୁ ହସ୍ତତନ୍ତ କୁଶଳୀ କାରିଗରଙ୍କ ଦ୍ୱାରା ବୁଣାଯାଇଥାଏ। ବାନ୍ଧ ଡିଜାଇନ୍ ରେ ଏହି ଶାଢ଼ୀକୁ ବୁଣିଥାନ୍ତି କାରିଗରମାନେ। ବୋମକାଇ ଶାଢ଼ୀକୁ GI ମାନ୍ୟତା ମିଳିଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ତସଲିମା ନସରିନ ୧୯୯୪ ଠାରୁ ଆତ୍ମନିର୍ବାନରେ ରହୁଅଛନ୍ତି। ବଙ୍ଗଳାଦେଶର ୧୯୮୦ରୁ ଆରମ୍ଭ କରି ୨୦ ଦଶକ ଭିତରେ ସେ ଜଣେ ନାରିବାଦୀ ଓ ଇସଲାମ ବିରୋଧି ଲେଖିକା ଭାବରେ ଲୋକଲୋଚନକୁ ଆସିଥିଲେ।

୧୯୯୪ରେ ବଙ୍ଗଳାଦେଶ ଛାଡ଼ିବା ପରେ ସେ ଅନେକ ଦେଶରେ ରହି ଆସିଛନ୍ତି। ବର୍ତ୍ତମାନ ସେ ନୂଆଦିଲ୍ଲୀରେ ରହୁଛନ୍ତି। ସେ ଧର୍ମନିରପେକ୍ଷ, ମାନବବାଦୀ, ଚିନ୍ତାର ସ୍ଵାଧିନତା, ଆଇନ ଆଗରେ ସଭିଙ୍କୁ ସମାନ ଅଧିକାର, ନାରୀ ଅଧିକାର ଆଦି ନିମନ୍ତେ ଜନମତ ଗଠନରେ ସକ୍ରିୟ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top