ଓଡ଼ିଶା

ପ୍ରକୃତି ସହ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାକୁ ରାଜ୍ୟପାଳଙ୍କ ପରାମର୍ଶ

ଭୁବନେଶ୍ୱର, ୦୯-୦୬ (ଓଡ଼ିଆ ପୁଅ) ପୃଥିବୀର ଭବିଷ୍ୟତ ଶ୍ରେଣୀ ଗୃହରେ ନିର୍ମିତ ହୁଏ। ଏଭଳି ଏକ ଗୁରୁଦାୟିତ୍ୱକୁ ନିର୍ବାହ କରନ୍ତି କୁଳପତିମାନେ। ସେମାନେ ଅଧିକ କ୍ରିୟାଶୀଳ ହୋଇ ବିଶ୍ବବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି କରିବାକୁ ରାଜ୍ୟପାଳ ତଥା କୁଳାଧୁପତି ପ୍ରଫେସର ଗଣେଶୀ ଲାଲ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ରାଜଭବନରେ ଆୟୋଜିତ ଏକ ପାରସ୍ପରିକ ଭାବବିନିମୟ କାର୍ଯ୍ୟକ୍ରମରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଲାଲ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତି ଓ ପରିବେଶ ସହ ଯୋଡ଼ିବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରକୃତି କୋଳରେ ହିଁ ବ୍ୟକ୍ତିତ୍ବର ସାବଲୀଳ ଅଭିବୃଦ୍ଧି ଘଟେ। ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ସବୁକ କ୍ୟାମ୍ପସ୍‌ଲକ୍ଷ୍ୟ ହାସଲ ନିମନ୍ତେ ଉଦ୍ୟମ କରିବା ଦରକାର। ବିଶ୍ଵବିଦ୍ୟାଳୟଗୁଡ଼ିକରେ ଗବେଷଣାକୁ ବେଶୀ ଗୁରୁତ୍ବ ଦେବା ଦରକାର ଓ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରଫେସର ଲାଲ କହିଛନ୍ତି।

ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିୟମିତ ସମାବର୍ତ୍ତନ ଉତ୍ସବ ହେଉଥିବା ଜାଣି ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଛନ୍ତି। ଠିକଣା ସମୟରେ ପରୀକ୍ଷା କରିବା, ଫଳ ପ୍ରକାଶ କରିବା ଓ ସାର୍ଟିଫିକେଟ୍ ପ୍ରଦାନ କରିବା ଉପରେ। ରାଜ୍ୟପାଳ ଗୁରୁତ୍ବ ଆରୋପ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ପ୍ରସିଦ୍ଧି ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରି ବହୃତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟପାଳ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।। ରାଜ୍ୟପାଳ ଆନ୍ତଃବିଶ୍ୱବିଦ୍ୟାଳୟ ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ବ ଆରୋପ କରି ଅନ୍ୟ ବିଶ୍ଵବିଦ୍ୟାଳୟର ଉତ୍ତମ କାର୍ଯ୍ୟଧାରାକୁ ଆପଣେଇବା ସହ ଦେଶବିଦେଶର ପ୍ରସିଦ୍ଧ ବିଶ୍ଵବିଦ୍ୟାଳୟ ସହ ସଂପର୍କ ଓ ସକ୍ରିୟ ସହଯୋଗ ପାଇଁ ଉଦ୍ୟମ କରିବାକୁ କହିଛନ୍ତି। ଓଡ଼ିଶାର ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଶ୍ଵବିଦ୍ୟାଳୟଗୁଡ଼ିକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ରାଜ୍ୟପାଳ ଆହ୍ବାନ ଦେଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଗାନ୍ଧୀ-ଦର୍ଶନ ଓ ଚିର ପ୍ରସାର ପାଇଁ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ବୈଠକରେ ଉପସ୍ଥିତ କୁଳପତିମାନେ ବିଶ୍ବବିଦ୍ୟାଳୟର ସ୍ଥିତି, ଅଗ୍ରଗତି ଓ ଅଭାବ-ଅସୁବିଧା ସଂପର୍କରେ ତଥ୍ୟ ଜ୍ଝ ଓ ସୂଚନା ଉପସ୍ଥାପନା କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି.ଜେ. ଭେନୁଗୋପାଳ, ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନଙ୍କ ସମେତ ବିଶ୍ଵବିଦ୍ୟାଳୟର କୁଳପତିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top