ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ ପ୍ରେସ ୟୁନିୟନ ରାୟଗଡା

ରାୟଗଡା ତା – ୦୫/୦୬/୨୦୧୮( ଓଡିଆ ପୁଅ / ରବିନ୍ଦ୍ର ପାଟଖଣ୍ତାଳ ) ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ ପ୍ରେସ ୟୁନିୟନ ରାୟଗଡା ସମ୍ମାନିତ ହୋଇଛି ରବୀନ୍ଦ୍ର ମଣ୍ଡପ ଭୁବନେଶ୍ୱର ଠାରେ ଆଜି ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ରାୟଗଡା ସହର ଓ ଆଖପାଖ ଅଞ୍ଚଳରେ ପ୍ରେସ ୟୁନିୟନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବାରମ୍ବାର କରିଆସୁଛି। ଏହି ସାମାଜିକ କାର୍ଯ୍ୟକ୍ରମ ରେ ବିଭିନ୍ନ ସଂଙ୍ଗଠନର ସହାୟତା ସହଯୋଗରେ ବୃକ୍ଷରୋପଣ ଓ ସୁରକ୍ଷା କ୍ଷେତ୍ରରେ ପ୍ରସଂଶାନୀୟ କାର୍ଯ୍ୟ କରିଛନ୍ତି। ତେଣୁ ଏହି ଅବସରରେ ସଂଙ୍ଗଠନ ସଦସ୍ୟ ସୁବାଷ ସୂରିୟା ଭୁବନେଶ୍ୱର ଠାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମାହାପାତ୍ରଙ୍କ ଦ୍ୱାରା ଏକ ମାନପତ୍ର ସହ ଦଶହଜାର ଟଙ୍କା ପ୍ରଦାନ କରିଛନ୍ତି। ବର୍ତ୍ତମାନ ପ୍ରେସ ୟୁନିୟନ ରାୟଗଡାକୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁହ ଛୁଟିବାରେ ଲାଗିଛି। ଏହି ସାମ୍ବାଦିକ ସଂଙ୍ଗଠନରେ ପ୍ରେସ ୟୁନିୟନର ସଭାପତି ଶ୍ରୀ ଦୟାନନ୍ଦ ଖାଡଙ୍ଗା ଓ ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ କହିଛନ୍ତି ଯେ ଆମ ସଂଙ୍ଗଠନଏହି ସାମାଜିକ କାର୍ଯ୍ୟକ୍ରମ ଜାରି ରହିଛି ଜାରୀ ରହିବ ଆମେ ସମାଜର କିଛି କରିବା ଆମର କର୍ତ୍ତବ୍ୟ ଏହି ମାନପତ୍ର ଆମକୁ ଆଉ କିଛି ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଆମେ ବୃକ୍ଷ ରୋପଣ, ପ୍ରକୃତି ଦୁର୍ବିପାକ, ଶୀତ ଋତୁରେ ବସ୍ତ୍ରଦାନ ଏବଂ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ ଏଭଳି ଅନେକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଥାଉ।

Leave a Reply

Your email address will not be published. Required fields are marked *