ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ

ଭୁବନେଶ୍ୱର ୯ ଜୁନ୍ (ଓଡ଼ିଆ ପୁଅ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଯୁକ୍ତ ଦୁଇ କଳା ପରୀକ୍ଷାରେ ପାସ୍ କରିଛନ୍ତି ମୋଟ ୧,୫୮,୩୭୮ ଛାତ୍ରଛାତ୍ରୀ, କଳାରେ ମୋଟ ପାସ୍ ହାର ୬୮.୭୯ ପ୍ରତିଶତ ହୋଇଥିବା ବେଳେ ବାଣିଜ୍ୟ ପରୀକ୍ଷା ଦେଇଥିଲେ ମୋଟ ୨୬, ୯୮୪ ଛାତ୍ରଛାତ୍ରୀ। ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପାସ୍ କରିଛନ୍ତି ମୋଟ ୨୦, ୨୧୬ ଛାତ୍ରଛାତ୍ରୀ, ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୪, ୦୦୬, ଦ୍ୱିତୀୟ ଶ୍ରେଣୀରେ ୩୭୩୪ ଏବଂ ତୃତୀୟ ଶ୍ରେଣୀରେ ୧୨, ୪୭୦ ପାଶ କରିଛନ୍ତି। ବାଣିଜ୍ୟରେ ପାସ୍ ହାର ୭୪.୯୧%। ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ପାସ୍ ହାର ୫୨.୬୧ ହୋଇଛି।

ପୁରୀରେ ସର୍ବାଧିକ ପାସ୍ ହାର ୭୯.୮୭ ପ୍ରତିଶତ, ନବରଙ୍ଗପୁରରେ ସର୍ବନିମ୍ନ ପାସ୍ ହାର ୪୭.୫୮ ପ୍ରତିଶତ ହୋଇଥିବା ଜଣା ପଡ଼ିଛି। ଯୁକ୍ତ ଦୁଇ କଳା ପରୀକ୍ଷା ଫଳ: ଯୁକ୍ତ ଦୁଇ କଳାରେ ୬୩, ୭୫୯ ଛାତ୍ର ଏବଂ ୯୪, ୬୧୯ ଛାତ୍ରୀ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୯ ହଜାର ୯୯୩ ଜଣ ପାସ୍, ଦ୍ୱିତୀୟ ଶ୍ରେଣୀରେ ୨୬, ୦୬୭, ତୃତୀୟ ସ୍ଥାନରେ ୧,୧୨,୧୪୩ ପାସ୍ ହୋଇଛନ୍ତି।

ଛାତ୍ରଛାତ୍ରୀମାନେ www.chseodisha.nic.inwww.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ।

Leave a Reply

Your email address will not be published. Required fields are marked *