ଓଡ଼ିଶା

ପୌର ପରିଷଦ ଦୁର୍ନୀତି ନେଇ ସାଧାରଣ ଲୋକଙ୍କ ରାସ୍ତାରୋକ

ଟିଟିଲାଗଡ଼ ୧୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ପୌର ପରିଷଦରେ ଜାଲ କାଗଜପତ୍ରରେ କେବଳ କାମ ଦର୍ଶାଇ ବ୍ୟାପକ ଦୁର୍ନୀତି ବିରୋଧରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। କୌଣସି କାର୍ଯ୍ୟ ସମ୍ପାଦନ ନ କରି ବିଲ, ଭାଉଚର କରିବା ଯୋଗୁଁ ସାଧାରଣ ଲୋକ ହଟହଟା ହେବା ସାର ହେଉଛି। ଏବେ ବର୍ଷା ଯୋଗୁଁ ମରାମତି ଅବା ପରିଚାଳନା ନ କରି ଓ ଜାଲ କାଗଜପତ୍ରରେ ଟଙ୍କା ହଡ଼ପ ନେଇ ୧୫ ଟି ୱାର୍ଡରେ ଲୋକ ପ୍ରଭାବିତ ହୋଇ ଚାଲିଛନ୍ତି। ବାରମ୍ବାର ଜଳ ବନ୍ଦୀ ହୋଇ ଅନେକ ସାଇ ମାନଙ୍କ ସପରିବାର ଭୋକ ଉପାସରେ ରହିବା ସହ ଅନେକ ଘର ଭଙ୍ଗା, ତଥା ଜଳ ନିଷ୍କାସନ ବ୍ୟବସ୍ଥା ନ କରିବା ଦ୍ୱାରା ସମସ୍ୟା ବଢି ଚାଲିଛି। ଆଜି ଏ ନେଇ ପାଞ୍ଚ ନଂ ୱାର୍ଡ ବାସୀ ମୁଖ୍ୟ ସଡକରେ ରାସ୍ତାରୋକ କରିଥିଲେ। ଫଳରେ ଜନଜୀବନ ଦୀର୍ଘ ସମୟ ଧରି ଠପ ହୋଇଥିଲା। ଏ ନେଇ ତୁରନ୍ତ ବିଭାଗୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ପରିଣାମ ଆଉ ଜଟିଳ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top