ପୌର ପରିଷଦ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବାରିପଦା ୨୬ ମଇ (ଓଡ଼ିଆ ପୁଅ/ ସନ୍ତୋଷ କୁମାର ବରଜ) ପୌରପରିଷଦ ନିର୍ଵାହୀ ଯନ୍ତ୍ରୀ ଶ୍ରୀ ଶୁଭାଶିଷ ମାନସିଂଙ୍କ ପ୍ରତି ୪ ନଂ ୱାର୍ଡ କାଉନସିଲର କୃଷ୍ଣାନନ୍ଦ ମହାନ୍ତିଙ୍କ ଦୂର୍ବ୍ୟବହାର ପ୍ରତିବାଦରେ ଜିଲ୍ଲା OAS ସଂଘ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଶାଖା ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀ ମହାନ୍ତି ନିର୍ଵାହି ଯନ୍ତ୍ରୀଙ୍କ ପ୍ରତି କରିଥିବା ଅଭଦ୍ର ବ୍ୟବହାର ଓ ଅସଲ୍ଲୀ ଭାଷାରେ ଗାଳିଗୁଲଜ କରିବା କୁ ଦୃଢ ନିନ୍ଦା କରିବା ସହ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଛି। ତା ସହ ବଡ଼ସାହି ତହସିଲଦାର ଉର୍ମିପ୍ରଭା ମହାରଣା ପ୍ରତି ବଡ଼ସାହି ଥାନା ଅଧିକାରୀ କରିଥିବା କରିଥିବା ଦୁର୍ବ୍ୟବହାର ର ଦୃଢ଼ ନିନ୍ଦା କରାଯାଇଛି। ଏ ସଂକ୍ରାନ୍ତରେ ନିର୍ଵାହୀ ଯନ୍ତ୍ରୀ ବାରିପଦା ଟାଉନ ଥାନା ରେ ଶ୍ରୀ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରିବା ସହ ଦୋଷୀ ବିରୋଧରେ ଦୃଢ ଦୃଷ୍ଟାନ୍ତ ମୂଳକୁ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକାରୀ, ଓଡିଶା ପ୍ରଶାସନିକ ସେବା ସଂଘ ସଭାପତି ରାଜ୍ୟ ଶାଖାଙ୍କୁ ଅବଗତ କରିଛନ୍ତି।

ପୂର୍ବରୁ ବିଭିନ୍ନ ଘଟଣା ନେଇ ପୌରପରିଷଦ ଅଧ୍ୟକ୍ଷ ଓ କାଉନସିଲରଙ୍କ ମଧ୍ୟରେ ବହୁବାର ଜଟିଳ ପରିସ୍ଥିତି ଉତ୍ପନ ହୋଇସାରିଛି। କିଛି ଦିନ ପୂର୍ବରୁ ପୌରପରିଷଦ ପକ୍ଷରୁ ନିଲାମ କରା ଯାଇଥିବା ବିଭିନ୍ନ ଉତ୍ସ ଓ ଦୋକାନ ଘର ବଣ୍ଟନ ରଦ୍ଧ ଘଟଣା କୁ ନେଇ ଉଭୟଙ୍କ ମଧ୍ୟରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *