ଜିଲ୍ଲା ପରିକ୍ରମା

ପୌର ଠିକା କର୍ମଚାରୀ ସଂଘର ଗଣଧାରଣା ୨ୟ ଦିନରେ : ଆଲୋଚନା ପରେ ଧାରଣା ସ୍ଥଗିତ, ସହର ହୋଇଗଲା ଆବର୍ଜନାମୟ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବକେୟା ପ୍ରାପ୍ୟ, ଇପିଏଫ୍, ଇଏସ୍ଆଇ ଦାବୀ ନେଇ ଗତକାଲି ଠାରୁ ଭଦ୍ରକ ପୌରପାଳିକାରେ କାର୍ଯ୍ୟ କରୁଥିବା ସୁଇପର ଓ ସୁଇପ୍ରେସ (ମହିଳା ସଫେଇ କର୍ମଚାରୀ)ଙ୍କ ସହିତ ଡ୍ରାଇଭରମାନେ ପୌରପାଳିକା ଠିକା କର୍ମଚାରୀ ସଂଘ ପକ୍ଷରୁ ସେମାନଙ୍କର ଆନେ୍ଦାଳନ ଆଜି ମଧ୍ୟ ଜାରି ରଖିଥିଲେ । ସମସ୍ତ କର୍ମଚାରୀମାନେ ସଂଘର ଉପଦେଷ୍ଟା ପୂର୍ବତନ ଉପାଧ୍ୟକ୍ଷ ଶରତ ପଢିଆରୀ, ପୂର୍ବତନ କାଉନସିଲର ପ୍ରଣୟ ଦାସ, ଶୁଭଙ୍କର ମହାପାତ୍ର, ସେକ୍ ଗୁଲାମ ମହିଉଦ୍ଦିନ, ସେକ୍ ସମ୍ଦାନୀ, ଅସରଫ ଅଲ୍ଲୀ ଖାଁ, ବାପୁ ଧଳ ପ୍ରମୁଖଙ୍କ ନେତୃତ୍ୱରେ ଆଜି ମଧ୍ୟ ପୌର କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କର ଗଣଧାରଣା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଜିଲାପାଳ ଜ୍ଞାନ ଦାସଙ୍କ ନିଦେ୍ର୍ଦଶ କ୍ରମେ ଜିଲା ଶ୍ରମ ଅଧିକାରିଣୀ, ଅତିରିକ୍ତ ତହସିଲଦାର ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ସହ ସଂଘ ପକ୍ଷରୁ ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ଶରତ ପଢିଆରୀ ଓ ଶୁଭଙ୍କର ମହାପାତ୍ରଙ୍କ ସମେତ ୭ ଜଣ କର୍ମଚାରୀଙ୍କର ଆଲୋଚନା ହୋଇଥିଲା । ଏହି ଆଲୋଚନାର ନିଷ୍ପତ୍ତି ମୂଳେ ସଂପୃକ୍ତ ସିକୁ୍ୟରିଟି ସର୍ଭିସ୍ ହଣ୍ଟିଂ ହଂସ ପ୍ରଶାସନର ନିଦେ୍ର୍ଦଶ ପରେ ମଧ୍ୟ ଉପସ୍ଥିତ ନହେବାରୁ ଶ୍ରମିକମାନଙ୍କର ୫ ବର୍ଷର ଇପିଏଫ୍ ଓ ଇଏସ୍ଆଇ ଡିପୋଜିଟ୍ କରିବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ନିମିତ୍ତ ଜିଲା ଶ୍ରମ ଅଧିକାରିଣୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେ ସଂପୃକ୍ତ ସିକୁ୍ୟରିଟି ସଂସ୍ଥାରୁ କାଗଜପତ୍ରର ଆଣି ହିସାବ କରିବା ପରେ ତାହା ସଂସ୍ଥାରୁ ଭରଣା କରାଯାଇ ଡିପୋଜିଟ୍ ହେବ ବୋଲି ସ୍ଥିର ହୋଇଥିଲା । ଏଥିସହ ସଂପୃକ୍ତ ସଂସ୍ଥା ବିରୁଦ୍ଧରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ଆଜି ଏକ ଏତଲା ସହରାଞ୍ଚଳ ଥାନାରେ ମଧ୍ୟ ଦାୟର ହୋଇଥିଲା । ଏ ସମସ୍ତ ଘଟଣା ପରେ କର୍ମଚାରୀମାନେ ସେମାନଙ୍କର ଗଣଧାରଣାରୁ ଓହରିଥିଲେ । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ପୌରପାଳିକାରେ ପ୍ରକୃତ ପକ୍ଷେ ପ୍ରାୟ ୧୩୫ ଜଣ ଠିକା କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ବିଗତ ୫ ବର୍ଷରେ ସେମାନଙ୍କର ସଂଖ୍ୟା ଜାଲିଆତି ମାଧ୍ୟମରେ ୨୮୦ ଦର୍ଶାଯାଇ ସେ ବାବଦ ବିଲ୍ ମୂଳେ ଅର୍ଥ ଉଠାଯାଇଥିବା ବିଷୟ ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା । ଦୀର୍ଘ ୫ ବର୍ଷ ହେବ ସଂପୃକ୍ତ ସଂସ୍ଥା ପୌର କାର୍ଯ୍ୟାଳୟର କେତେକ ଅଧିକାରୀଙ୍କ ସଲାସୁତୁରାରେ ଇପିଏଫ୍ ଜମା ନକରି ଦରମାରୁ କଟାଯାଉଥିବା ସମୁଦାୟ ୨୪ ପ୍ରତିଶତ ଉଠାଇ ନେଇ ପ୍ରାୟ ୩.୫୦ କୋଟି ଟଙ୍କା ହଡପ କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ସଂପର୍କରେ ପୂର୍ବରୁ ପୂର୍ବତନ ପୌରପାଳ ମାନସ ମହାନ୍ତି ସମାଧାନ କରିବେ ବୋଲି କହିଥିଲେ ମଧ୍ୟ, ତାହା କାର୍ଯ୍ୟକାରୀ କରିନଥିଲେ । ଇତିମଧ୍ୟରେ ତାଙ୍କର ଦାୟିତ୍ୱ ସଂପୂର୍ଣ୍ଣ ହୋଇଥିବାବେଳେ କର୍ମଚାରୀମାନେ ଗତ ୧୬ ତାରିଖରେ ଧାରଣାରେ ବସିବା ପରେ ବର୍ତ୍ତମାନର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାମଲ ସମାଧାନ କରିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟ ସଂପୂର୍ଣ୍ଣ ହେଲାନାହିଁ । ଏଣୁ ଉପରୋକ୍ତ କର୍ମଚାରୀମାନେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇ କୌଣସି ସୁଫଳ ନମିଳିବାରୁ ଗତକାଲି ଠାରୁ ଗଣଧାରଣା ଆରମ୍ଭ କରିଥିଲେ । ଏମାନଙ୍କର ଏହି ଧାରଣା ଯୋଗୁଁ ଭଦ୍ରକ ପ୍ରସିଦ୍ଧ କାଳୀପୂଜାରେ ସହରର ସମସ୍ତ ରାସ୍ତାଘାଟ ଆର୍ବଜନା ମୟ ହୋଇପଡିଛି । ବିଶେଷକରି ଜିଲାପାଳଙ୍କ ପୁରାତନ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଓ ପୂର୍ତ୍ତ ବିଭାଗର ରାସ୍ତା ସହ ସମଗ୍ର କଚେରୀ ବଜାର ଆବର୍ଜନାପୂର୍ଣ୍ଣ ହୋଇପଡିଛି । ଫଳରେ ବୁଲା ଗୋରୁ ପରିବା ମାର୍କେଟ୍ର ପରିତ୍ୟକ୍ତ ପଚାସଢା ମଇଳାକୁ ଅଧିକ ଅପରିଷ୍କାର କରିବା ଫଳରେ ରାସ୍ତାଘାଟ ଯାତାୟତ ଅନୁପଯୁକ୍ତ ହୋଇପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top