ଗଜପତି

ପୌରପରିଷଦ ପକ୍ଷରୁ ରାସ୍ତା କାମ ପାଇଁ ଶୁଭ ଉଦ୍ଘାଟନ

ପାରଳାଖେମୁଣ୍ଡି, ୩୦ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ପୌରପରିଷଦ ପକ୍ଷରୁ ୧୦ ନଂୱାର୍ଡ ଠାରେ ନୁତନ ରୋଡ ଓ ଡ୍ରେନ କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ ଦିଆଯାଇଛି। ସହରର କରଣ ସାହି ସ୍ଥିତ ହନୁମାନ ପ୍ରତିମୁର୍ତ୍ତୀ ଠାରୁ ଶ୍ରୀକରଣ ସାହି ଛକ ପର୍ଯ୍ୟନ୍ତ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏହି ନୁତନ ରୋଡ ଓ ଡ୍ରେନ କାର୍ଯ୍ୟ ପାଇଁ ଶିଳାନ୍ୟାସ ହେବା ସହ ଭୁମିପୁଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୌରପରିଷଦର ଅଧ୍ୟକ୍ଷା ଏମ.ଲଳିତା ଯୋଗଦେଇ ଏହି ଶିଳାନ୍ୟାସ କାର୍ଯ୍ୟକୁ ଶୁଭ ଦେଇଛନ୍ତି। ମୁଖ୍ୟତଃ ବହୁ ଦିନ ହେବ ଏହି ଅଞ୍ଚଳବାସୀ ଏହି ରାସ୍ତା ଓ ଡ୍ରେନ କାର୍ଯ୍ୟ ପାଇଁ ଦାବି କରିଆସୁଥିଲେ। ତେଣୁ ଏହି କାର୍ଯ୍ୟ ଆରମ୍ଭ ପାଇଁ ଶୁଭ ଦିଆଯାଇଥିବାରୁ ଅଞ୍ଚଳବାସୀ ଏହାକୁ ସ୍ୱାଗତ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦର ଉପାଧ୍ୟକ୍ଷ ସଞ୍ଜୟ କୁମାର ଅଧିକାରୀ, କାଉନସିଲର ବିଭୁତି ନାୟକ, ଏସ.ବେହେରା, ବିଧାୟକ ପ୍ରତିନିଧି କେ.ରାମସ୍ୱାମୀ, ପୌରଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top