ଗଜପତି

ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୪ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମ କରାଯାଇଛି। ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ୱାର୍ଡ ନଂ ୨ସ୍ଥିତ ଜାଡିମ୍ମା ସାହି ଠାରେ ୭ଲକ୍ଷଟଙ୍କା ବ୍ୟୟ ଅଟକଳରେ ରାସ୍ତା ଓ ନାଳ କାମ ପାଇଁ ଶିଳାନ୍ୟାସ ଦିଆଯାଇଛି। ସେହିପରି ସହରର ଛାମୁଟିଆ ସାହି ପଛ ପାର୍ଶରେ ଏକ ରୋଡ ଓ ଡ୍ରେନ କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କରାଯାଇଛି। ସେହିପରି ରାଜଦାଣ୍ଡ ସାହିର ପିଚୁ ରାସ୍ତା ଏବଂ କଂକ୍ରିଟ ଡ୍ରେନ ପାଇଁ ୬୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୌରପରିଷଦ ପକ୍ଷରୁ ଶିଳାନ୍ୟାସ କରାଯାଇଛି। ସେହିପରି ସହରରେ ରୋଟାରି ହଲର ନବିକରଣ କାର୍ଯ୍ୟ ଶେଷ ହୋଇ ଉଦ୍ଘାଟନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ପୌରପରିଷଦର ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବେ ଏମ.ଲଳିତା ଯୋଗଦେଇ ଏହି କାର୍ଯ୍ୟ ଗୁଡିକ ଦ୍ୱାରା ଅଞ୍ଚଳବାସୀଙ୍କର ଗମନାଗମନରେ ଅଧିକ ସହାୟକ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, କାଉନସିଲର ବିଭୁତି ନାୟକ, ଶକୁନ୍ତଳା ବେହେରା, ବିଧାୟକ ପ୍ରତିନିଧି କେ.ରାମସ୍ୱାମୀ, ବସନ୍ତ ପଣ୍ଡା, ଜେ.ଭାର୍ଗବ, କନିଷ୍ଠ ଯନ୍ତ୍ରୀ ଡି.ଜୁଧିଷ୍ଟର ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top