ଗଜପତି

ପୌରପରିଷଦ ପକ୍ଷରୁ ବାହ୍ୟ ମଳତ୍ୟାଗ ମୁକ୍ତ ୱାଡ ଘୋଷଣା

ପାରଳାଖେମୁଣ୍ଡି, ୯ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ସ୍ଥାନୀୟ ଗୌରହରି ପରିଚ୍ଛା ପ୍ରକଳ୍ପ ଉଚ୍ଚବିଦ୍ୟାଳୟ ସିଙ୍କି ସାହି ପରିସରରେ ଏକ ବାହ୍ୟ ମଳତ୍ୟାଗ ମୁକ୍ତ ୱାଡ ଘୋଷଣା ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୱାଡ ନଂ୧୦କୁ ବାହ୍ୟ ମଳତ୍ୟାଗ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସେହିପରି ଭାବେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୱାଡ ନଂ ୮କୁ ବାହ୍ୟ ମଳତ୍ୟାଗ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସେହିପରି ଭାବେ ଘରୁ ବାହାରୁ ଥିବା ବର୍ଯ୍ୟବସ୍ତୁ ପଦାରେ ନପାକାଇ ଡଷ୍ଟବିନ ବ୍ୟବହାର କରିବା ପାଇଁ ମଧ୍ୟ ସଚେତନ କରାଯାଇଥିଲା। ଗାଇଗୋରୁ ରାସ୍ତାକୁ ନଛାଡିବା, ରାସ୍ତାକଡରେ ମାଛ ଓ ମାଂସ ନକାଟିବା, ଇଟା ପଥର ଇତ୍ୟାଦି ଜମାକରି ସର୍ବ ସାଧାରଣ ରାସ୍ତାକୁ ଅବରୋଧ ନକରିବା ଇତ୍ୟାଦି ବିଷୟରେ ସାଧାରଣ ସହରବାସୀଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷା ଏମ.ଲଳିତା, ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, ୱାଡ ନଂ୮ର କାଉନସିଲର ପି.ସ୍ୱାତି, ପୌର ନିିର୍ବାହି ଅଧିକାରୀ ଅଶୋକ କୁମାର ରାଉତ, ପୁର୍ବତନ ପୌରାଧ୍ୟକ୍ଷ ପି.କିଷ୍ଣା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଅଞ୍ଚଳବାସିନ୍ଦା ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top