ଗଜପତି

ପୌରପରିଷଦ ପକ୍ଷରୁ ଚିକିତ୍ସାଳୟ ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରି ସାହି ଠାରେ ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଏକ ଚିକିତ୍ସାଳୟ ଉଦ୍ଘାଟିତ ହୋଇଛି। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପୌରପରିଷଦ ଦ୍ୱାରା ଏହି ଚିକିତ୍ସାଳୟ ଉଦ୍ଘାଟିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଯୋଗ ଦେଇ ଚିକିତ୍ସାଳୟକୁ ଉଦ୍ଘାଟନ କରିଥିଲେ। ପୌରପରିଷଦର ଏହି ଚିକିତ୍ସାଳୟ ନୁତନ ଭାବେ କାର୍ଯ୍ୟକ୍ଷମ କରାଯାଉ ବୋଲି ବହୁ ଦିନରୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦାମାନେ ଦାବି କରିବା ସହ ପ୍ରତିକ୍ଷା କରିଥିଲେ। ଏହି ଚିକିତ୍ସାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଉପକୃତ ହେବା ସହ ଆଖପାଖ ଅଞ୍ଚଳରେ ଥିବା ଗ୍ରାମ ବାସିନ୍ଦାମାନେ ସ୍ୱାସ୍ଥ୍ୟସେବା ପାଇପାରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦର ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, କାଉନସିଲର ସକୁନ୍ତଳା ବେହେରା, ଖଗେଶ୍ୱରୀ ବେହେରା, ବିଭୁତି ନାୟକ, ସ୍ଥାନୀୟ ନେତା ବସନ୍ତ ପଣ୍ଡା, ଗରୁଡଧ୍ୱଜ ଚୌଧୁରୀ, ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top