ଗଜପତି

ପୌରପରିଷଦ ପକ୍ଷରୁ ଗୋଷ୍ଠି ଶୌଚାଳୟ ନିର୍ମାଣ

ପାରଳାଖେମୁଣ୍ଡି, ୧୭ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ୱାର୍ଡ ନଂ୭ସ୍ଥିତ ଦାଣ୍ଡୁମାଳା ସାହି ଠାରେ ଏକ ଗୋଷ୍ଠି ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଶୌଚାଳୟ ୭ଲକ୍ଷ୨୮ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ସୂଚନା ମିଳିଛି। ଏହି ସୌଚାଳୟ କାର୍ଯ୍ୟ ୨୫.୦୯.୨୦୧୭ ରେ ଆରମ୍ଭ ହୋଇ ୧୬.୦୩.୨୦୧୮ ରେ ଶେଷ ହୋଇଛି। ଏହି ଶୌଚାଳୟ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରପରିଷଦର ଅଧ୍ୟକ୍ଷା ଏମ.ଲଳିତା ଯୋଗଦେଇ ରିବନ କାଟି ଶୌଚାଳୟ ଉଦ୍ଘାଟନ କରିଥିଲେ। ଏହା ଦ୍ୱାରା ଦାଣ୍ଡୁମାଳା ସାହି ଅଞ୍ଚଳରେ ଥିବା ବହୁ ପରିବାର ଉପକୃତ ହୋଇପାରିବେ ବୋଲି ଅଧ୍ୟକ୍ଷା ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଏହିଭଳି ଆହୁରି ୭ଗୋଟି ସ୍ଥାନରେ ପୌରପରିଷଦ ପକ୍ଷରୁ ଗୋଷ୍ଠି ଶୌଚାଳୟ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ସନ୍ଧ୍ୟାରାଣୀ ଚୌଧୁରୀ, ପୌରପରିଷଦର କନିଷ୍ଠଯନ୍ତ୍ରୀ ଡି.ଜୁଧିଷ୍ଟର, ବିଧାୟକ ପ୍ରତିନିଧି କେ.ରାମସ୍ୱାମୀ, ଗରୁଡଧ୍ୱଜ ଚୌଧୁରୀ, ବସନ୍ତ ପଣ୍ଡା, ଜେ.ଭାର୍ଗବ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top