ଓଡ଼ିଶା

ପୌରନିର୍ବାଚନ ପୂର୍ବରୁ ୫୦ପ୍ରତିଶତ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ

ପୁରୀ:୨୦/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ସହରର ୧୦ ହଜାର ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମିର ଅଧିକାର। ଯେଉଁମାନେ ଝୁମ୍ପୁରି ଘରେ ବସବାସ କରୁଛନ୍ତି। ତା’ର ଜମି ମାଲିକ ନାଁ ସରକାର ପ୍ରଦାନ କରିବେ। ପ୍ରତ୍ୟେକ ପରିବାରଙ୍କୁ ଅନ୍ୟୁନ ୩୨୨ବର୍ଗଫୁଟ ଜମି ମିଳିବ। ସେଥିରେ ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଏ ସମ୍ପର୍କରେ ଏକ ସମୀକ୍ଷା ବୈଠକ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ପୁରୀ ସହରର ୧୦ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବାକୁ ସ୍ଥିର କରାଯାଇଛି। ପୁରୀ ପୌରାଞ୍ଚଳରେ ୬୩ଟି ଝୁମ୍ପୁରି ଘର ବସ୍ତିରେ ଅଛି। ସେଥିରେ ୬୦ହଜାର ଲୋକ ବାସ କରୁଛନ୍ତି। ଓଡିଶା ବସ୍ତି ବାସିନ୍ଦା ଜମି ଅଧିକାର ଆଇନ ୨୦୧୬ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ। ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବସ୍ତି ମୁକ୍ତ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଟାଟା ଟ୍ରଷ୍ଟ ପକ୍ଷରୁ ବସ୍ତି ଗୁଡିକରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି। ସ୍ୱେଚ୍ଛାସେବୀ ସଂସ୍ଥା ପ୍ରତିନିଧି ଦୁଆର ଦୁଆର ବୁଲି ବସ୍ତି ବାସିନ୍ଦାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ବଳିଆପଣ୍ଡା, ପେଣ୍ଠକଟା, ଧୋବା ସାହି, ଚକ୍ରତୀର୍ଥ ନୂଆ ସାହି, ବାଲି ନୋଳିଆ ସାହି ବସ୍ତି ବାସିନ୍ଦା ସଂଘ ଗଠନ କରାଯାଇଥିବା ସମୀକ୍ଷାରୁ ଜଣାପଡିଛି। ଜମି ମାଲିକ ନାଁରେ କାଗଜପତ୍ର ଯାଞ୍ଚ ପରେ ପିତାଧିକାରୀ ତାଲିକା ଅନୁମୋଦନ କରାଯିବ।

ବଳିଆପଣ୍ଡା ବସ୍ତି ମଧୁରଜଳ ସଂରକ୍ଷଣ ଅଞ୍ଚଳରେ ଥିବାରୁ ସେଠାରେ ବାସ କରୁଥିବା ବସ୍ତି ବାସିନ୍ଦାମାନଙ୍କୁ କେଉଁଠାରେ ଥଇଥାନ କରାଯିବ ସେଥିନେଇ ସରକାରଙ୍କ ଠାରୁ ମତାମତ ଲୋଡାଯିବ ବୋଲି ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ. ଉଦ୍ଧବ ଚନ୍ଦ୍ର ମାଝୀ ପ୍ରକାଶ କରିଥିଲେ।

ଆଗାମୀ ପୌର ନିର୍ବାଚନ ପୂବରୁ ହିତାଧିକାରୀ ଚୟନ ପ୍ରକ୍ରିୟା ଚୂଡାନ୍ତ କରିବା ସହ ୫୦ପ୍ରତିଶତ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଦିଆଯିବାକୁ ବୈଠକରେ ସ୍ଥିର କରାଯାଇଛି। ଗରିବ ବସ୍ତି ବାସିନନ୍ଦାଙ୍କୁ ସରକାରୀ ଜମି ଦେବାକୁ ପ୍ରଲଭନ ଦେଖାଇ କେତେକ ଦଲାଲ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ଏନ୍ଫୋର୍ସମେଣ୍ଟ ଅଫିସର ଶ୍ୟାମ ସୁନ୍ଦର ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top