ପୋଷ୍ୟ ସନ୍ତାନ ଗ୍ରହଣ ସଙ୍କ୍ରାନ୍ତୀୟ ଜିଲ୍ଲା ସ୍ତରୀୟ କର୍ମଶାଳା

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ କଟକର ‘ସଂଯୋଗ’,କେନ୍ଦ୍ରାପଡା ଜିଲ୍ଲା ଶିଶୁ କଲ୍ୟାଣ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସହଯୋଗରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିସôାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଯୋଗ ଅନୁଷ୍ଠାନର ସଦସ୍ୟ ସମ୍ପାଦିକା ବିଜୟିନୀ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଟିତ ଏହି କର୍ମଶାଳାକୁ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡା.ବୈଷ୍ଣବ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଜରୁରୀ ଅଧିକାରିଣୀ ନମିତା ବାରିକ,ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ ଡା.କିଶୋର କୁମାର ଆଚାର୍ଯ୍ୟ,ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ(ପରିବାର କଲ୍ୟାଣ) ଡା.ଲୋକନାଥ ରଥ,ଜିଲ୍ଲ୍ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମିର୍ଜାବାବର ବେଗ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପାଞ୍ଜଳୀ ମହାପାତ୍ର,ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ଚନ୍ଦ୍ର ବାନାର୍ଜୀ,ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶିଶୀର କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କଟକସ୍ଥିତ ବସୁନ୍ଧରା ଅନୁଷ୍ଠାନର ସାଧାରଣ ସମ୍ପାଦିକା ଶୈଳ ବେହେରା ବିଷୟ ବିଶାରଦ ଭାବେ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହିତ ବିଭିନ୍ନ ଅଂଶିଦାରମାନଙ୍କର ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ । ଜିଲ୍ଲା ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ପୂର୍ବତନ ପ୍ରଶିକ୍ଷିକା ଗୀତାଞ୍ଜଳୀ ଦାସ ଅନ୍ୟତମ ବିଷୟ ବିଶାରଦ ଭାବେ ଯୋଗଦେଇ ନବଜାତକ ଶିଶୁମାନଙ୍କ ଯନôô ସମ୍ପର୍କରେ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ବିଷୟ ବିଶାରଦ ଭାବେ ଯୋଗଦେଇ ଜିଲ୍ଲାରେ ଶିଶୁମାନଙ୍କ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । କର୍ମଶାଳାର ପ୍ରାରମ୍ଭରେ ସଂଯୋଗର ମଣ୍ଡଳ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଶାନ୍ତ କୁମାର ପାଲଟାସିଂହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଓ ଶିଶୁ କଲ୍ୟାଣ ସମିତିର ସଦସ୍ୟ ରବିନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି,ଶିଶୁ ସୁରକ୍ଷା ୟୁନିଟ,କିଶୋର ନ୍ୟାୟ ପରିଷଦ,ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ କାର୍ଯ୍ୟରତ ସେବୀକା,ବିଭିନ୍ନ ନର୍ସିଂ ହୋମର କର୍ମକର୍ତ୍ତା,ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତ୍ତା,ସମନ୍ୱିତ ଶିଶୁ ବିକାଶ ଯୋଜନାର ସପରଭାଇଜରମାନେ ଯୋଗଦେଇଥିଲେ । ଶିଶୁ ସୁରକ୍ଷା ୟୁନିଟର ଆନୁଷ୍ଠାନିକ ଅଧିକାରୀ ବାଦଲ ଦାଶ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *