ପୋଷାକ ବିତରଣ ଉତ୍ସବ

ପାରଳାଖେମୁଣ୍ଡି,୪ା୯(ଓଡିଆ ପୁଅ/ପ୍ରଶାନ୍ତୁ କୁମାର ନାୟକ)- ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ତରଙ୍ଗଡା ପଞ୍ଚାୟତର ତହଜଙ୍ଘ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସରପଞ୍ଚ ଏସ.ସବର, ସମିତି ସଭ୍ୟା ସିମନ୍ତି ରଇତ,ୱାର୍ଡ ସଭ୍ୟା ଜେ ରଇତ ଓ. ସି.ଆର. ସି.ସି ଆଙ୍କୁଲ ରଇତ ଉପସ୍ଥ୍ିତ ଥିଲେ  । ପ୍ରାରମ୍ଭିକ ସଂଗିତ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଧାନ ଶିକ୍ଷୟତ୍ରୀ ଜେ ନର୍ମାଦା କୁମାରି ଦାସ ଏଥିରେ ସଭାପତିତ୍ୱ କରିଥିଲେ । ପୋଷାକ ବିତରଣ କାର୍ଯ୍ୟକ୍ରମ ଶିକ୍ଷକ ସୋମନାଥ ପଟ୍ଟନାୟକ ପରିଚାଳନା କରିଥିଲେ । ସଭା ଶେଷରେ ସଂଗିତା ସାହୁଙ୍କ ନିଦେ୍ର୍ଦଶନାରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥିମାନଙ୍କ ଦ୍ୱାରା ଶେଷରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏହି ସମସ୍ତ କର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ଜହନ ରଇତ ଓ ଅଭିଭାବକମାନେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *