ପୋଲ ନିର୍ମାଣ ଓ ବିଦ୍ୟୁତ ସମସ୍ୟା ସମାଧାନ ନ ହେଲେ ନ ହେଲେ ଆନ୍ଦୋଳନ କରିବେ ଗ୍ରାମବାସୀ

ଟିଟିଲାଗଡ଼ ୯-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡେଂଗ ଗ୍ରାମ ଓ ପ୍ରାୟ ସାତଟି ଗ୍ରାମ କୁ ସଂଯୋଗ କରୁଥିବା ଲାଂଥ ନଦୀର ଅର୍ଧନିର୍ମିତ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ରୁ ଦାବି ହୋଇ ଆସୁଥିବା ବେଳେ ପ୍ରଶାସନ ନିରବ ଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସଇଁତଳା ବଡ଼ମାଳ ଫପସି ଗ୍ରାମ ତରଫରୁ ଏହି ଲାଂଥ ନଦୀ ଦେଇ ପ୍ରାୟ ସlତ ଗୋଟି ଗ୍ରାମବାସୀ ସଇଁତଳା ,ବଲାଙ୍ଗୀର ,ଟିଟିଲାଗଡ଼ ଆଦି ଅଂଚଳକୁ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି। ହେଲେ ଏହି ନଦୀ ପlର ହୋଇ ଯିବା ଆସିବା କରିବା ପ୍ରମୁଖ ମାଧ୍ୟମ ହୋଇଥିବା ସତ୍ୱେ ଏକ ପୋଲ ଟିଏ ନିର୍ମାଣ ହୋଇ ପାରିନି କି ସମ୍ପୂର୍ଣ ବିଦ୍ୟୁତ ସଂଯୋଗ ହୋଇପାରିନି। ମାତ୍ର କିଛି ଘରକୁ ବିଦ୍ୟୁତ ସଂଯୋଗ ହୋଇଥିଲେ ବି ଭୋଲ୍ଟେଜ ଯୋଗୁ ଡିବିରୀ ଆଲୁଅ ପରି ଲାଇଟ ଜଳୁଥିବା ବେଳେ ଟିଭି ଚାଲିବ ଦୂର ର କଥା। ଅନେକ ଘର କୁ ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ୱେ ବିଦୁତ ସଂଯୋଗ କରାଯାଉନି। ସେହିପରି ବର୍ଷା ଦିନେ ଯୋଗାଯୋଗ ବିଛିନ ହୋଇ ଯାଉଥିବା ଏହି ଗ୍ରାମ ଗୁଡିକୁ ସଂଯୋଗ କରୁଥିବା ଏହି ନଦୀ ରେ ଅଧା ପୋଲ ନିର୍ମାଣ କରି ସେହିପରି ଛାଡିଦିଆଯାଇଛି। ଏହି ନଦୀ ର ପୋଲ ନିର୍ମାଣ ଓ ବିଦ୍ୟୁତ ସଂଯୋଗ ତୁରନ୍ତ କାରଣ ଗଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ଲିଖିତ ଦାବି ପତ୍ର ପ୍ରେରଣ କରିଛନ୍ତି।

Leave a Reply

Your email address will not be published. Required fields are marked *