ପୋଲିସ ରଖିଲାନି ନାବାଳିକା ଅପହରଣ ଅଭିଯୋଗ ଦୀର୍ଘ ଦୁଇ ମାସ ହେବ ଝିଅର ଫେରିବା ବାଟକୁ ଅନେଇ ବସିଛନ୍ତି ପରିବାର ବର୍ଗ

ଯାଜପୁର, ୧୯/୦୩, (ଓଡିଆ ପୁଅ/ମାନସ ରାଉତ.)- ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଜାଗର ଯାତ୍ରା ଚାଲିଥିବା ସମୟରେ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଏରୋପଦ ଗ୍ରାମର ବବିତା ନାମୀ ନାବାଳିକା ସେଠାରୁ ନିଖୋଜ ହୋଇଥିଲା। ପ୍ରକାଶ ଥାଉ କି ବବିତା ତାର ନିଜ ବନ୍ଧୁଘର ବଡଚଣା ଥାନା ଅନ୍ତର୍ଗତ ଦର୍ପଣ ପଂଚାୟତର କେଶରପଡା ଗ୍ରାମକୁ ଆସିଥିଲା। ଜାଗର ଦିନ ଯାତ୍ରା ଦେଖିବାକୁ ତାଙ୍କ ନିଜ ମଉସା ଜଗବନ୍ଧୁଙ୍କ ପରିବାର ସହ ମହାବିନାୟକ ପୀଠକୁ ଯାଇଥିଲା। ସେଠାରେ ପ୍ରବଳ ଭିଡ ସମୟରେ ଏ ଦୋକାନରୁ ସେ ଦୋକାନ ବୁଲି ଜିନିଷ କିଣାକିଣ କରୁଥିବା ସମୟରେ ତାଙ୍କ ନିଜ ଗ୍ରାମ ଏରପଦାର ପୂର୍ଣ୍ଣଚନ୍ଦ୍ର ଦେହୁରୀ ପ୍ରମୁଖ ସାକ୍ଷାତ ହେବାରୁ ବବିତା ତାଙ୍କସହ କଥା ହେଉଥିଲା। ଏହାର କିଛି ସମୟ ପରେ ବବିତା କୁଆଡେ ଚାଲିଗଲା। ଆମେ ବିଭିନ୍ ଆଡେ ଖୋଜାଖୋଜି କଲାପରେ ତାକୁ ନପାଇବାରୁ ବାଧ୍ୟ ହୋଇ ୨୦.୦୨.୨୦୧୮ରିଖରେ ଏ ସଂପର୍କରେ ଏକ ଅଭିଯୋଗ ନେଇ ଧାନମଣ୍ଡଳ ଫାଣ୍ଡିକୁ ଯାଇଥିଲୁ। ଏରପଦା ଗ୍ରାମର ପୂର୍ଣ୍ଣ ଦେହୁରୀ, ପ୍ରଫୁଲ ଦେହୁରୀ, ବିପିନି ଦେହୁରୀ ଓ କେଦାର ଦେହୁରୀ ଅପହରଣ କରିଥିବା ଆମେ ଅଭିଯୋଗ କରି ଥିଲେ ମଧ୍ୟ ଏହାକୁ ଥାନା ପକ୍ଷରୁ ଏତଲା ରୂପେ ଗ୍ରହଣ କରି ନଥିଲେ। ଆମ୍ଭର ଝିଆରୀକୁ ଅଦ୍ୟାବଧି ନପାଇବାରୁ ବାଧ୍ୟ ହୋଇ ଯାଜପୁର ଏସ.ପି.ଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ ମଧ୍ୟ କୌଣଶି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ନାହିଁ। ବିକଳ୍ପ ଭାବେ ଆମେ ଚଣ୍ଡିଖୋଲସ୍ଥିତ ଜେ.ଏମ.ଏଫ.ସି କୋର୍ଟରେ ଓାନ ସି.ସି. ନଂ୫୫/୨୦୧୮ରୁଜୁ କରିଅଛୁ। ଜଗବନ୍ଧୁ ଦେହୁରୀ ଅଭିଯୋଗରେ ଜଣାଇଛନ୍ତି ଯେ ଅଭିଯୁକ୍ତ ମାନେ ମୋ ଝିଆରୀକୁଅପହରଣ କରି କେଉଁଠାରେ ହତ୍ୟା କରିଥାଇ ପାରନ୍ତି। ଏ ସଂପର୍କରେ ବଡଚଣା ଥାନା ଅଧିକାରିଣୀଙ୍କୁ ପଚାରିବାରୁ ସେ କୁହନ୍ତି ଯେ ଅଭିଯୋଗ ଥିବା ଆସାମୀ ମାନଙ୍କ ଘର ସହିତ ଅପହରଣକାରୀ ବବିତା ସାମଲଙ୍କ ପରିବାରର ବାଦ ବିବାଦ ରହିଅଛି। ଝିଅ ଦୀର୍ଘ ଦୁଇ ମାସ ହେବ ନଫେରିବାରୁ ତାଙ୍କ ପରିବାର ବନ୍ଧୁ ସ୍ୱଜନ ସହ ତାଙ୍କ ମାଆ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲା ବେଳେ ପୋଲିସର ଅବହେଳାକୁ ସେମାନେ ଦାୟୀ କରିଛନ୍ତି। ଏହିଭଳି ଘଟଣା ବଡଚଣାରେ ଘଟୂଥିଲେ ବି ଅଭେିଯାଗ ଗ୍ରହଣ ନ କରିବା ଏଥିପ୍ରତି।କର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପୋଲିସର ଅପାରଗତା ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *