ପୋଲିସ ପ୍ରଶାସନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା : “ପରି” ଆମର ଅମୂଲ୍ୟ ରତ୍ନ ସେ ହସିଲେ ଦେଶ ହସିବ

ବାରିପଦା ୯ ଜୁନ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଏହି ବାର୍ତ୍ତାକୁ ମୟୁରଭଞ୍ଜ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବା ଓ ଲୋକଙ୍କୁ ସଚେତନ କରାଇବାପାଇଁ ମୟୁରଭଞ୍ଜ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରୟାସ ବାସ୍ତବିକ ସ୍ୱାଗତଯୋଗ୍ୟ। ଦୀର୍ଘ ନଅ ଦିନଧରି ଚାଲିଥିବା ଏହି କଯ୍ୟକ୍ରମ କୁ ସମଗ୍ର ଜିଲ୍ଲାରେ ଅଭୂତପୂର୍ବ ସହଯୋଗ ମିଳିଛି।ଲୋକ ମାନଙ୍କୁ ସଚେତନ କରିବାପାଇଁ ଜିଲ୍ଲା ପରିକ୍ରମା କରିଥିଲା ପରି ରଥ।ଏହି ପରିପ୍ରେକ୍ଷୀରେ ଏକ ମାରାଥନ ମଧ୍ୟ ଆୟୋଜନ କରାଯାଇଥିଲା।

ଏହି କଯ୍ୟକ୍ରମର ଶେଷ ଦିନରେ ମୟୁରଭଞ୍ଜ ପୋଲିସ ପ୍ରଶାସନ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିଥିଲା।ଏହି ଶୋଭାଯାତ୍ରାରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ଼, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନାଶ କୁମାର, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମମତାମୟୀ ବିଶ୍ୱାଳଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ ପୋଲିସ କର୍ମୀ ଯୋଗ ଦେଇଥିଲେ।

ବାସ୍ତବିକ ଭାବେ ଦେଖିବାକୁଗଲେ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ଯେପର୍ଯ୍ୟନ୍ତ ଲୋକ ମାନଙ୍କର ମାନସିକତାରେ ପରିବର୍ତ୍ତନ ହେବନାହିଁ ସେ ପଯ୍ୟନ୍ତ ” ପରୀ ” ପ୍ରତି ହେଉଥିବା ଅତ୍ୟାଚାର କୁ ରୋକିବା କାଠିକର ପାଠ।

Leave a Reply

Your email address will not be published. Required fields are marked *