ପୋଲିସ ପ୍ରଶାସନର ନିଷ୍କ୍ରିୟ, ଥାନା ନିକଟରୁ ପୁଣି ଦୁଇଟି ଦୋକାନରୁ ଚୋରି

ହରିଚନ୍ଦନପୁର,ତା ୦୭.୧୨ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସ ଚୋରି ରୋକିବା ଓ ଚୋର ଧରିବାରେ ନିଷ୍କ୍ରିୟ ହେବାକୁ ନେଇ ବାରମ୍ବାର ଚୋରି ବଢିବାରେ ଲାଗିଛି । ସୂଚନାରୁ ଜଣାପଡିଛି କି ଗତ ବୁଧୁବାର ବିଳମ୍ବିତ ରାତିରେ ହରିଚନ୍ଦନପୁର ବଜାରର ଦୁଇଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଏବେ ହରିଚନ୍ଦନପୁର ପୋଲିସକୁ ଚାଲେଞ୍ଜ ଭଳି ଘଟଣା ଦେଖିବାକୁ ମିଳିଛି । ପୋଲିସ ଷ୍ଟେସନରୁ ମାତ୍ର ୫୦ମିଟର ଦୁରରେ ଥିବା ସମିର ମଣ୍ଡଳଙ୍କ ମୋବାଇଲ ଦୋକାନର ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ମୋବାଇଲ ଉପକରଣ ଚୋରି ହୋଇଥିବାର ଥାନାରେ ଅଭିଯୋଗ ହେଇଛି । ଏବଂ ଥାନାରୁ ୧୦୦ମିଟର ଦୁରରେ ଥିବା ଗ୍ରାମପଞ୍ଚାୟତ ସମ୍ମୁଖରେ ଥିବା କୁଳମଣୀ ସାହୁଙ୍କ ପାନ ଦୋକାନରୁ ଟଙ୍କା ସହ ଅନେକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଗତ ୧୩ ଜୁନ ୨୦୧୭ରେ ପୋଲିସ ଷ୍ଟେସନରୁ ୨୦୦ ମିଟର ଦୁରରେ ଥିବା ଶୁଭଲକ୍ଷ୍ମୀ ଟେଲି ସର୍ଭିସରୁ ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା । ସେହି ଚୋରିର ବର୍ତ୍ତମାନ ପ୍ରର୍ଯ୍ୟନ୍ତ ପୋଲିସ କିଛି ସୁରାଗ ପାଇନଥିବା ବେଳେ ପୁଣି ଦୁଇଟି ଦୋକାନରୁ ଚୋରି ହୋଇଥିବା ଘଟଣା ଏଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଶ୍ଚର୍ଯ୍ୟର ଘଟଣା ପୋଲିସ ପ୍ରତେକ ଦିନ ପେଟ୍ରୋଲିଙ୍ଗ୍ କରିବା ସହ ହୋମଗାର୍ଡ ଓ କର୍ମଚାରୀ ଛକ ନିକଟରେ ନିୟୋଜିତ କରିଥିବା ବେଳେ ଏମିତି ବାରମ୍ବାର ଚୋରି ବଢିବାରେ ଲାଗିଛି । ଏପରି ଘଟଣା ଦେଖିବାରୁ ଜଣାପଡୁଛି ପୋଲିସ କର୍ମଚାରୀ ଓ ହୋମଗାର୍ଡ ଡ୍ୟୁଟି ନାମରେ ଡ୍ୟୁଟି ସମୟରେ ଘରକୁ ପଳାଉଛନ୍ତି କିମ୍ବା କୈାଣସି ଦୋକାନ ସମ୍ମୁଖରେ ଶୋଇପଡୁଥିବାରୁ ଚୋରମାନେ ମନଖୁଶିରେ ଚୋରି କରିବାରେ ସଫଳ ହେଉଛି । ଏମିତି ହରିଚନ୍ଦନପୁର ବଜାରର ଦୋକାନୀମାନେ ଚୋରିକୁ ନେଇ ବାରମ୍ବାର ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପ୍ରର୍ଯ୍ୟନ୍ତ ସେମିତି କିଛି ଆଖିଦୃଷ୍ଟିଆ ପଦକ୍ଷେପ ନେଇନଥିବା ସହ କାହାକୁ ଗିରଫ କରି କୋର୍ଟ ଚାଲାଣ କରିନାହିଁ । ପୋଲିସ ଏପରି ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ନକରି ହାତବାନ୍ଧି ବସିଥିବା ପଛରେ କ’ଣ ରହସ୍ୟ ରହିଛି ତାହା ବୁଦ୍ଧିଜୀବି ମହଲରେ ପ୍ରଶ୍ନ ସୃଷ୍ଟି କରିଛି। ହରିଚନ୍ଦନପୁର ଠାରେ ପୋଲିସର ଉଦାସୀନତା ଓ ଖାମଖିଆଲି ମନୋଭାବକୁ ନେଇ ଦିନରେ କଳା ପଲସର ରେ ଟଙ୍କା ଲୁଟ ଚାଲିଥିବା ବେଳେ ରାତିରେ ଦୋକାନ ଚୋରି ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୋଲିସ ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଇ ଚୋରକୁ ଧରିବା ସହ ପୋଲିସ କର୍ମଚାରୀ ନିୟୋଜିତକୁ କଡାକଡି କରିବା ଦିଗରେ ଦୃଷ୍ଟି ଦେଲେ ଆଗାମୀ ଦିନରେ ଚୋରି ଭଳି ଘଟଣା ଘଟନ୍ତା ନାହିଁ। ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେଇ ଘଟଣାର ପୁଙ୍ଖାନୁପୁଙ୍ଖନ ତଦନ୍ତ କରି ଏମିତି କାର୍ଯ୍ୟକରୁଥିବା ଲୋକ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *