ଅନୁଗୁଳ

ପୋଲିସ ପାଟ୍ରୋଲିଂ ଏବଂ ସୁରକ୍ଷା ଦାବିରେ ୧୨ ଘଂଟିଆ ଆଠମଲ୍ଲିକ ବନ୍ଦ

ଅନୁଗୋଳ, ୧୫/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବଜାର ନିକଟରୁ ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ୧୨ଲକ୍ଷ ଟଙ୍କା ଲୁଟ୍ ଘଟଣା ତଥା ଆଠମଲ୍ଲିକ ଅଂଚଳ ଏବେ ଲୁଟେରାଙ୍କ କବଜାରେ ରହିଥିଲେ ହେଁ ଆଠମଲ୍ଲିକ ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାର ଅଭିଯୋଗ କରି ଆଠମଲ୍ଲିକ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୧୨ ଘଂଟିଆ ଆଠମଲ୍ଲିକ ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଥିବାର ଲକ୍ଷ୍ୟ କରାଯାଇଛି। ଆଠମଲ୍ଲିକ ଅଂଚଳ ଏବେ ଲୁଟେରାଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଏଠାରେ ଚୋରି, ଡକାୟତି, ଛିନତାଇ ଆଦି ଘଟଣାରେ ଉଦବେଗଜନକ ଭାବେ ବଢ଼ି ଚାଲିଛି। ଅପରପକ୍ଷରେ ପୋଲିସ ଏ ସବୁ ଘଟଣାରେ ନିଦା ବିଷ୍ଣୁ ପାଲଟିଛି। ଉପଯୁକ୍ତ ଭାବେ ପାଟ୍ରୋଲିଂ ହେଉନାହିଁ ବ୍ୟବସାୟୀ ଏବଂ ସାଧାରଣ ଜନତା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି। ଏହାର ଦୃଢ଼ ପ୍ରତିବାଦରେ ବ୍ୟବସାୟୀଙ୍କ ତରଫରୁ ଦିଆଯାଇଥିବା ବନ୍ଦ ଡାକରା ଯୋଗୁଁ ଆଜି ଆଠମଲ୍ଲିକ ଅଂଚଳରେ ସମସ୍ତ ଦୋକାନବଜାର ଏବଂ ଗାଡ଼ିମୋଟର ସହ ବିଭିନ୍ନ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି। ସୂଚନାଯୋଗ୍ୟ ଗତକାଲି ଭୋରରୁ ଆଠମଲ୍ଲିକ ବଜାର ନିକଟରେ ସିମେଂଟ, ଲୁହାଛଡ଼ ଆଦିର ହୋଲସେଲର ବ୍ୟବସାୟୀ ମହେଶ ଅଗ୍ରୱାଲାଙ୍କୁ ତାଙ୍କର ଦୋକାନଠାରେ ବନ୍ଧୁକ ମୁନରେ ପ୍ରାୟ ୧୨ଲକ୍ଷ ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ୍ ଳୁଟି ନେବାସହ ହାତଗୋଡ଼ ବାନ୍ଧି ସେଠାରେ ପକାଇ ପଳାଇଥିଲେ। ପରେ ତାଙ୍କୁ ଉଦ୍ଧାର କରିବାପରେ ପୋଲିସର ତନାଘନା ଏବଂ ସାଇଂଟିଫିକ୍ ଦଳ ପହଂଚି ତଦନ୍ତ କରିଥିଲେ। ସେହିପରି ଜନୈକ କୃଷି କର୍ମଚାରୀଙ୍କ ଠାରୁ ନଗଦ ୭ହଜାର ଟଙ୍କା, ଏଟିଏମ କାର୍ଡ଼ ଏବଂ ବ୍ୟବସାୟୀ ବ୍ରଜବନ୍ଧୁ ସାହୁଙ୍କ ଠାରୁ ୧ଲକ୍ଷ ଲୁଟ ହୋଇଥିବା ବେଳେ ଥାନା ନିକଟସ୍ଥ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ଓ ପୁର୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ମାଣପୁର ଗ୍ରାମର ବୁନୁ ରଥଙ୍କ ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲା। ତେବେ ଏତେସବୁ ଘଟଣା ଘଟିଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଗାମୀ ଦିନରେ ପୋଲିସ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବ୍ୟବସାୟୀ ସଂଘ ଚେତବନୀ ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top