ପୋଲିସ ପକ୍ଷରୁ ରାସ୍ତା ଅବରୋଧ ଉଚ୍ଛେଦ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ନିକଟରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ରାସ୍ତା ଅବରୋଧକୁ ଉଚ୍ଛେଦ କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏସଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ରାସ୍ତାକଡରେ ଥିବା ବିଭିନ୍ନ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ସହ ବେଆଇନ ଭାବେ ରାସ୍ତାକଡରେ ପାର୍କିଂ କରିଥିବା ବିଭିନ୍ନ ୩ଚକିଆ ଯାନ ଓ ୪ଚକିଆ ଯାନଗୁଡିକୁ ସେଠାରୁ ଉଠାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ସହରର ଏହି ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା ହୋଇଥିବା ବେଳେ ଏଠାରେ ଦିର୍ଘ ଦିନ ହେବ ବିଭିନ୍ନ ଉଠାଦୋକାନ ତଥା ଯାନବାହନ ରାସ୍ତାକଡରେ ରହି ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏହି ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ଏଏସଆଇ ପି.ବି ଶତପଥୀ, ରମାକାନ୍ତ ଶବର ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *