ପାରଳାଖେମୁଣ୍ଡି, ୧୭ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଭିନ୍ନ ଛକ ସ୍ଥାନମାନଙ୍କରେ କଡାକଡି ଭାବେ ଗାଡି ମୋଟର ଯାଞ୍ଚ କରାଯିବା ସହ ଜରିମାନା ଆଦାୟ କରାଯାଉଛି। ପୋଲିସର କଡାକଡି ଯାଞ୍ଚ ପ୍ରଭାବରେ ସହରରେ ୨ଚକିଆ ଗାଡି ଚାଳକମାନଙ୍କର ହେଲମେଟ ପରିଧାନର ପରିମାଣ ଦିନକୁ ଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ପେଟ୍ରୋଲ ପମ୍ପ ମଧ୍ୟ ପେଟ୍ରୋଲ ଦେବା ସମୟରେ ହେଲମେଟକୁ ଗୁରୁତ୍ୱ ଦେଉଥିବାର ଦୃଷ୍ଟିକୁ ଆସୁଛି। ସହରର ରାଣିପେଣ୍ଠ, ଷ୍ଟାଡିୟମ ଛକ, କୋର୍ଟ ଛକ ଇତ୍ୟାଦି ବିଭିନ୍ନ ଛକମାନଙ୍କରେ ପୋଲିସ ପକ୍ଷରୁ ୨ଚକିଆ ଯାନଗୁଡିକୁ ହେଲମେଟ ଯାଞ୍ଚ କରାଯାଉଥିବା ଲକ୍ଷ କରାଯାଉଛି। ସୁରକ୍ଷିତ ଯାତ୍ରା ପାଇଁ ପୋଲିସର ଯାଞ୍ଚ ସହ ସାଧାରଣ ଜନତା ମଧ୍ୟ ସଚେତନ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ସୃଷ୍ଟି ହେଉଛି।

Loading...