ପୋଲିସ ଗୁଳିରେ ୧୨ ମାଓବାଦୀମୃତ ଜଣେ ପୁଲିସକର୍ମୀ ସହୀଦ

ବୀଜାପୁର ୨-୩ (ଓଡ଼ିଆ ପୁଅ) ଛତିଶଗଡ଼ର ବୀଜାପୁରରେ ମାଓବାଦୀମାନଙ୍କ ବିରୁଦ୍ଧରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି। ବୀଜାପୁରର ମାଓ ପ୍ରଭାବିତ ପୁଜାରୀ କାଂକେର ଇଲାକାରେ ତେଲଙ୍ଗାନା ପୁଲିସ ଏବଂ ଛତିଶଗଡ଼ ପୁଲିସର ଜଇଂଟ ଅପରେସନ କରି ଏକ ମୁଖ୍ୟ କମାଣ୍ଡର ସମେତ ୧୨ଜଣ ମାଓବାଦୀଙ୍କୁ ମାରିଦେଇଛନ୍ତି। ଏହି ଅପରେସନରେ ତେଲଂଗାନା ପୁଲିସର ଗ୍ରେହାଉଂଣ୍ଡ କମାଂଡର ମଧ୍ୟ ସହୀଦ ହୋଇଛନ୍ତି। ସ୍ପେସାଲ ଡିଜି ଡିଏମ ଆବସ୍ଥୀ (ମାଓ ଅପରେସନ୍ସ) ମାଓବାଦୀଙ୍କ ବିରୁଦ୍ଧରେ ଅଭିଯାନରେ ମିଳିଥିବା ଏହି ସଫଳତାର ପୁଷ୍ଟି କରିଛନ୍ତି।

ସମସ୍ତ ମାଓବାଦୀ ତେଲଂଗାନା ଷ୍ଟେଟ କମିଟି ଅଫ ସିପିଆଇ (ମାଓବାଦୀ) ର ସଦସ୍ୟ କୁହା ଯାଉଛି। ମରାଯାଇଥିବା ମାଓବାଦୀମାନଙ୍କ ମଧ୍ୟରେ ହରି ଭୂଷଣ ମଧ୍ୟ ସାମିଲ ଅଛି, ଯିଏକି ତେଲଙ୍ଗାନା ଷ୍ଟେଟ କମିଟୀର ଲିଡର ଥିଲା। ସୁରକ୍ଷାବଳମାନଙ୍କ ଉପରେ ଆକ୍ରମଣ ପାଇଁ ହରିଭୂଷଣ ଯୋଜନା ବନାଉଥିଲା ଏବଂ ସେ ଆଖପାଖ ଅଞ୍ଚଳରେରେ କୁଖ୍ୟାତ ଥିଲା। ସୁରକ୍ଷାବଳମାନଙ୍କ ଦ୍ୱାରା ମୃତ ମାଓବାଦୀମାନଙ୍କ ନିକଟରେ ଥିବା ଗୋଟିଏ AK-47, ଗୋଟିଏ ଏସଏଲଆର ଏବଂ ପାଞ୍ଚଟି INSAS ରାଇଫଲ ଜବତ କରିଛନ୍ତି।

ଦକ୍ଷିଣ ବସ୍ତର କ୍ଷେତ୍ରର ପୁଲିସ ଉପ-ମହାନିରୀକ୍ଷକ ସୁନ୍ଦରରାଜ ପୀ କହିଛନ୍ତିଯେ, ବୀଜାପୁର ଉସୁର ଥାନା କ୍ଷେତ୍ର ଅଂତର୍ଗତ ପାମେଡ଼ ଏବଂ ଉସୁର ମଧ୍ୟ ପୁଜାରୀ କାଂକେର ଗ୍ରାମର ଜଙ୍ଗଲରେ ପୁଲିସ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ପୁଲିସ 12ଜଣ ମାଓବାଦୀଙ୍କୁ ମାରିବାରେ ସକ୍ଷମ ହୋଇପାରିଛି। କୁହାଯାଉଛିକି ଛତିଶଗଡ଼ ଏବଂ ତେଲଂଗାନା ପୁଲିସକୁ ସୀମାବର୍ତୀ ବୀଜାପୁର ଜିଲାର ଉସୁର ଥାନା କ୍ଷେତ୍ରରେ ବହୁମାତ୍ରାରେ ମାଓବାଦୀ ଜମାହୋଇଥିବା ସୂଚନା ମିଳିଥିଲା।

ଅଚାନକ ମାଓବାଦୀମାନଙ୍କର ଫାଇରିଂଗ: ସୂଚନା ପରେ କ୍ଷେତ୍ରରେ ତେଲଂଗାନାର ଗ୍ରେହାଉଂଡ ବଳ ଏବଂ ବୀଜାପୁର ଜିଲ୍ଲାର ଡିଆରଜି, ଏସଟିଏଫ ଏବଂ ଜିଲା ପୋଲିସ୍ ର ଜବାନମାନଙ୍କୁ ସେଠାକୁ ପଠାଗଲା। ସକାଳେ ପ୍ରାୟତଃ 6.30 ବୋଳେ ଯେତେବେଳେ ଗ୍ରେହାଉଂଡର ଟିମ୍ ପୁଜାରୀ କାଂକେର ଗ୍ରାମର ଜଂଗଲରେ ପହଁଟିଲେ, ସେତେବେଳେ ମାଓବାଦୀମାନେ ପୁଲିସ ଉପରକୁ ଗୁଳିଚାଳନା ଆରମ୍ଭ କରଦେଲେ। ତା’ର ପରେ ପୁଲିସ ମଧ୍ୟ ଗୁଳିଚାଳନା କଲା। କିଛି ସମୟ ପର୍ଯ୍ୟନ୍ତ ଦୁଇପଟରୁ ଗୁଳିବିନିମୟ ହୋଇଥିଲା। ପରେ ମାଓବାଦୀମାନେ ସେଠାରୁ ଖସି ପଳାଇ।ାଇଥିଲେ। ଏହି ଘଟଣାରେ ଗ୍ରେହାଉଂଡର ଏକ କମାଣ୍ଡର ମଧ୍ୟ ସହୀଦ ହୋଇଛନ୍ତି। ବୀଜାପୁରର ପୁଲିସ ଅଧିକ୍ଷକ ମୋହିତ ଗର୍ଗ କହିଛନ୍ତି କି ଏହା ଛତିଶଗଡ଼ ଏବଂ ତେଲଂଗାନା ପୁଲିସର ସଂଯୁକ୍ତ ଅଭିଯାନ ଥିଲା।
(ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *