ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ

ତୁରୁମଙ୍ଗା ୨୩ ମଇ (ଓଡ଼ିଆ ପୁଅ/ ସନ୍ତୋଷ ପତି) ମୟୁରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଚଢ଼େଇଭଲ ଫାଣ୍ଡିରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଚଢ଼େଇଭାଲ ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଅଶ୍ୱିନୀ କୁମାର ଗିରି ଶୋଇଥିବା ବେଳେ ରରୁଆଁ ଥାନାର କାର୍ଯ୍ୟରତ ଓଏପିଏଫ କର୍ମଚାରୀ ଗଗନ ବିହରି ନାଏକ ଆସି ଅତର୍କିତ ଭବେ ଏକ ବୋତଲରେ ଅଶ୍ୱିନୀଙ୍କୁ ଆକ୍ରମଣ କରିଥିଲେ ଫଳରେ ଅଶ୍ୱିନୀଙ୍କର ଛାତି ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଖବର ପାଇ କରଞ୍ଜିଆ ଥାନାରୁ ଏସଆଇ କେଶବ ଚନ୍ଦ୍ର ସାହୁ ପହଁଚି ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ କରଞ୍ଜିଆ ଥାନାକୁ ନେଇ ପଚରାଉଚରା କରୁଛି। ଅପର ପକ୍ଷରେ ଆହତ ଅଶ୍ୱିନୀଗୁରୁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।

Leave a Reply

Your email address will not be published. Required fields are marked *