ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ତରଫରୁ ୪ ଶିଶୁ ଉଦ୍ଧାର ,ପରିଚୟ ପାଇଲା ପରେ ଅଭିବାବକ ମାନଙ୍କୁ ହସ୍ତାନ୍ତର

ଖଡିଆଳ/ନୂଆପଡା-୦୩.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଖଡିଆଳ ପୋଲିସ ର ମିଳିତ ସହଯୋଗରେ ଖଡିଆଳ ଠାରେ ଥିବା ବିଭିନ୍ନ ଢାବା,ଫେବ୍ରିକେଶନ ୟୁନିଟ,ମୋଟର ଗ୍ୟାରେଜ୍ ମିଲିତ ଚଢାଉ କରି ୪ ଜଣ ଶିଶୁ ଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଶିଶୁ ମାନଙ୍କର ସଠିକ ପରିଚୟ ନଦେଇ ପାରିଥିବାରୁ ସେହି ୪ ଜଣ ଶିଶୁ ଙ୍କୁ ଖଡିଆଳ ଥାନାକୁ ଅଣାଯାଇଥିଲା । ପରେ ପରିଚୟ ମିଳିଲା ପରେ ତାଙ୍କ ଅଭିଭାବକ ମାନଙ୍କୁ ଖବର ଦେଇ ସମସ୍ତ ୪ ଜଣ ଶିଶୁ ଙ୍କୁ ଛାଡି ଦିଆଯାଇଥିଲା । ସରକାରି ନିୟମ ଅନୁସାରେ ଏହି ଶିଶୁ ମାନଙ୍କ ସୁରକ୍ଷାର ଦାୟିତ୍ୱ ଏବଂ କର୍ମନିଯୁକ୍ତି ବ୍ୟବସ୍ଥା ସରକାର ଙ୍କ ଦାୟିତ୍ୱ । ଯେଉଁ ଶିଶୁ ମାନେ ମାଟ୍ରିକ ପାସ କରିନାହାନ୍ତି ସେମାନଙ୍କୁ ମାଟ୍ରୀକ ପାସ କରିବା ପାଇଁ ପଢା ଯିବ ଓ ଯେଉଁ ମାନେ ମାଟ୍ରିକ ପାସ କରିଛନ୍ତି ସେମାନଙ୍କ କର୍ମସସ୍ଥାନ ଯୋଗାଇ ଦିଆଯିବା ପାଇଁ ଓଡିଶା ଜୀବିକା ମିଶନ କୁ କହିବୁ ବୋଲି ଜିଲ୍ଲା ଶିଶୁ ଅଧିକାରୀ ବଳଦେବ ରଥ ପ୍ରକାଶ କରିଥିଲେ । ନୁଆପଡା ଜିଲ୍ଲା ପୋଲିସ ଇନିସପେକ୍ଟର ସରୋଜିନୀ ସାମଦ ଙ୍କ ନେତୃତ୍ୱରେ ପ୍ରୋଟେକସନ୍ ଅଫିସର ସୁପ୍ରଭା ମହାପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ,ଖଡିଆଳ ଥାନାର ଶିଶୁ ହେଳ୍ପ ଅଧିକାରୀ ପୁଷ୍ପାଜଂଳୀ ପ୍ରଧାନ ଏବଂ ଖଡିଆଳ ପୋଲିସ ଅନ୍ୟାନ୍ୟ କର୍ମକର୍ତା ସହଯୋଗ କରିଥିଲେ । ଶିଶୁ ବିଭାଗ ସମିତିରୁ ରମେଶ କୁମାର ଭୋଇ,ସଦସ୍ୟ କୁମୁଦ କୁମାର ହୋତା, ଅଶ୍ୱନୀ କୁମାର ପାଢୀ ସହଯୋଗ କରିଥିଲେ । ଏହି ମହତ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସବୁବେଲେ ସହଯୋଗ କରିଆସିଛି ଆଗକୁ ମଧ୍ୟ ସହଯୋଗ କରିବ ବୋଲି ଜିଲ୍ଲା ଶିଶୁ ଅଧିକାରୀ ବଳଦେବ ରଥ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *