ଓଡ଼ିଶା

ପୋଲିସ ଓ ମାଓବାଦୀ ୧ ଘଣ୍ଟା ଗୁଳି ବିନିମୟ ; ୪ ମହିଳା ମାଓବାଦୀ ମୃତ ; ଏସଏଲଆର ବନ୍ଧୁକ ୪ ଓ ଇନସାସ ଏବଂ ୩୦୩ ବନ୍ଧୁକ ଜବତ

କୋରାପୁଟ ; ତା୨୬-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ୯ ବର୍ଷ ପରେ କୋରାପୁଟ ପୋଲିସକୁ ଏକ ବଡ ସଫଳତା ମିଳିଛି।ଗତକାଲି ରାତ୍ରୀରେ ନାରାୟଣପାଟଣା ଥାନା ଅନ୍ତର୍ଗତ ଡୋକରୀ ଘାଟିରେ ଡିଭିଏଫ ଜବାନମାନେ ସର୍ଜ ଅପରେସନ କରୁଥିବା ବେଳେ ମାଓବାଦୀମାନେ ଜବାନମାନଙ୍କ ଉପରେ ଗୁଳି ବର୍ଷଣ କରିଥିଲେ।ଏହାପରେ ଜବାନମାନେ ଗୁଳି ବର୍ଷଣ କରିବା ପରେ ମାଓବାଦୀମାନେ ଛତ୍ରଭଙ୍ଗ କରିଥିଲେ।୧ ଘ. ପର୍ଯ୍ୟନ୍ତ ଗୁଳି ବିନିମୟ ଚାଳିଥିଲା ବୋଲି କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ ଆଜି କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।ତାପରେ ଘଟଣାସ୍ଥଳ ଯାଂଚ କରିବା ବେଳେ ୪ ଜଣ ମହିଳା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଥିଲା ଓ ଜଣେ ମାଓବାଦୀଙ୍କ ପରିଚୟ ମିଳିପାରିଥିବା ସେ ପ୍ରକାଶ କରିଥିଲେ।ଛତିଶଗଡର ସୁକୁମା ଜିଲ୍ଲା ଅନ୍ତର୍ଗତ ରାଗଡାକଟା ଗ୍ରାମର ଉଙ୍ଗୀ ବୋଲି ଜଣାପଡିଥିବା ସେ ସୂଚନା ଦେଇଥିଲେ।ନାରାୟଣାପଟଣାରେ ସେ ଏସିଏମ ଭାବେ କାର୍ଯ୍ୟକରୁଥିଲେ ତାଙ୍କୁ ଧରିବା ନିମନ୍ତେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ସରକାର ଘୋଷଣା କରିଥିଲେ ବୋଲି ସେ ପ୍ରକାଶ କରିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଆଇପିଏସ ପ୍ରୋବେସେନାରୀ ପଦ୍ମନୀ ସାହୁ ଓଜୟପୁର ଏସଡିପିଓ ପି .ପ୍ରତ୍ୟୁଷ ଉପସ୍ଥିତ ଥିଲେ।

୪ ଟି ଏସଏଲଆର ବନ୍ଧୁକ, ଗୋଟିଏ ଇନସାସ ଓ ଗୋଟିଏ ୩୦୩ ବନ୍ଧୁକ ଜବତ ହୋଇଥିବା ସେ ପ୍ରକାଶ କରିଥିଲେ।୪ ଟି ଡେଟୋନେଟର, ୨ ବଟଂଲ ତାର, ଗୋଟିଏ ଟିଫିନ ବୋମା, ୧୦ ହଜାର ଟଙ୍କା, ୨୦ ମିଟର କପର ତାର, ୧୬୯ ରାଉଣ୍ଡ ଗୁଳି, ଗୋଟିଏ ଇନସାସ ମ୍ୟାଗାଜିନ ଓ ୧୭ ହାଭେରସାଗ ବ୍ୟାଗ ଜବତ କରାଯାଇଥିବା ସେ ପ୍ରକାଶ କରିଥିଲେ।ଉକ୍ତ ଅଂଚଳରେ କୁମ୍ବି ଜୋରଦାର କରାଯାଉଥିବା ସେ ପ୍ରକାଶ କରିଥିଲେ।ଏହା କୋରାପୁଟ ଜନସାଧାରଣ ତଥା ପୋଲିସର ଏକ ବଡ ସଫଳତା ଅଟେ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୦୯ ମସିହା ଏପ୍ରିଲ ୧୨ ତାରିଖ ରାତ୍ରୀରେ ଦାମନଯୋଡି ନାଲକୋର ପଂଚପଟମାଳି ବକ୍ସାଇଟ ଖଣି ଅଂଚଳରେ ମାଓବାଦୀ ଓ ସିଆଇଏସଏଫ ଯବାନଙ୍କ ମଧ୍ୟରେ ୧୦ ଘ. ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା।ଏହି ଗୁଳି ବିନିମୟରେ ୧୧ ଜଣ ସିଆଇଏସଏଫ ଯବାନ ସହୀଦ ହୋଇଥିବା ବେଳେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top