ପୋଲିସ ଏସଆଇ ଓ ଏଏସଆଇ ସ୍ତରରେ ବଡ ଧରଣର ଅଦଳ ବଦଳ

କୋରାପୁଟ ; ତା୧୬-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ପୋଲିସ ସବ-ଇନସପେକ୍ଟର ଓ ସହକାରୀ ସବ-ଇନସପେକ୍ଟର ସ୍ତରରେ ଏକ ବଡ ଧରଣର ଅଦଳ ବଦଳି କରାଯାଇଥିବା ଜଣାପଡିଛି। ଜିଲା ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ୧୪ଜଣ ସବ-ଇନସପେକ୍ଟର ଏବଂ ୩ଜଣ ସହକାରୀ ସବ-ଇନସପେକ୍ଟରଙ୍କର ବଦଳି ହୋଇଥିବା ଜଣାପଡିଛି। ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଭଗବାନ ମିଶ୍ର୍ରୁ ସେମିଲିଗୁଡା ଥାନାକୁ ବଦଳି କରା ଯାଇଥିବାବେଳେ କୋରାପୁଟ ସଦର ଥାନା ଏସଆଇ ନଟବର ନନ୍ଦଙ୍କୁ ବନ୍ଧୁଗାଁ ଥାନା ଓଆଇସି ଭାବେ ବଦଳି କରାଯାଇଛି। ସୁନାବେଡା ଥାନାରେ କାର୍ଯ୍ୟରତ ଏସଆଇ ସୂର୍ଯ୍ୟ ପ୍ରକାଶ ନାୟକଙ୍କୁ କାକିରିଗୁମା ଓଆଇସି, ସେମିଲିଗୁଡାରେ କାର୍ଯ୍ୟରତ ଅମିତାଭ ଦାଶଙ୍କୁ ବୈପାରିଗୁଡା ଥାନା ଓଆଇସି ଏବଂ ବନ୍ଧୁଗାଁ ଥାନାର ସବ-ଇନସପେକ୍ଟର କୁମାର ମୁଦୁଲିଙ୍କୁ ସେମିଲିଗୁଡା ଥାନାକୁ ବଦଳି କରାଯାଇଛି। ସେହିପରି ଆମ୍ବାଗୁଡା ଫାଣ୍ଡିରେ କାର୍ଯ୍ୟରତ ଏସଆଇ ବଙ୍କିମ ବୋବାଲିଙ୍କୁ ସୁନାବେଡା ଥାନା, ବୈପାରିଗୁଡା ଥାନାର ଏସଆଇ ସି.ବି.ମହାନ୍ତିଙ୍କୁ ମାଛକୁଣ୍ଡ ଥାନା ଓ ପରବର୍ତି ଆଦେଶ ଯାଏ ସେ ଲମତାପୁଟ ବିଟ୍ ହାଉସ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା କାର୍ଯ୍ୟାଳୟରେ ଥିବା କଳାକାର ବିହାରୀଙ୍କୁ ବୋରିଗୁମା ଥାନାକୁ ବଦଳି କରା ଯାଇଥିବାବେଳେ ବୋରିଗୁମା ଥାନାରେ ଥିବା ମହିଳା ସବ-ଇନସପେକ୍ଟର ଅନୁସୂୟା ନାୟକଙ୍କୁ ଜୟପୁର ମହିଳା ଥାନାକୁ ବଦଳି କରାଯାଇଛି। କାକିରିଗୁମା ଥାନାରେ କାର୍ଯ୍ୟରତ ଏନ.କେ.ମଲ୍ଲିକଙ୍କୁ ଆମ୍ବାଗୁଡା ଫାଣ୍ଡି ଓଆଇସି ଭାବେ ବଦଳି ହୋଇଥିବାବେଳେ ଜୟପୁର ଟାଉନ ଥାନାରେ କାର୍ଯ୍ୟରତ ଏସଆଇ ସୂଦର୍ଶନ ନାୟକଙ୍କୁ ମାଛକୁଣ୍ଡ ଥାନା ଓଆଇସି, ମାଛକୁଣ୍ଢ ଥାନାର ଓଆଇସି ତପନ ନାହକଙ୍କୁ ଜୟପୁର ଟାଉନ ଥାନା, କାକିରିଗୁମା ଥାନାର ଏସଆଇ ସିଦ୍ଦେଶ୍ୱର ମାଝିଙ୍କୁ ରିଜର୍ଭ ଅଫିସ ଓ ମାଛକୁଣ୍ଡ ଥାନାରେ ଥିବା ଏସଆଇ ପି.କେ.ନାୟକଙ୍କୁ ସେମିଲିଗୁଡାକୁ ବଦଳି କରା ଯାଇଛି। ସେହିପରି ରିଜର୍ଭ ଅଫିସରେ ଥିବା ସହକାରୀ ସବ-ଇନସପେକ୍ଟର ଆର.କେ.ରଥଙ୍କୁ ସେମିଳିଗୁଡା ଥାନା, ଏଏସଆଇ ଗୋପାଳ ପଟ୍ଟନାୟକଙ୍କୁ ବିସିଂହପୁର ଥାନାରୁ ଡିଆଇବି କୋରାପୁଟ ଏବଂ ସେମିଲିଗୁଡା ଥାନାରେ କାର୍ଯ୍ୟରତ ଏଏସଆଇ ଶିବ ପ୍ରସାଦ ମହାନ୍ତିଙ୍କୁ ବନ୍ଧୁଗାଁ ଥାନାକୁ ବଦଳି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *