ଓଡ଼ିଶା

ପୋଲିସ ଇନିସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ, ୧୨ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ ଇନସପେକ୍ଟରଙ୍କ ଗତ ଶନିବାର ରାତ୍ରିରେ ସନ୍ଦେହଜନକ ଭାବରେ ନିଜ ସରକାରୀ କ୍ୱାଟରରେ ମୃତ୍ୟୁ ହୋଇଯାଇଛି। ପ୍ରଦୀପ କୁମାର ଚୌଧୁରୀ ନାମକ ମୃତ ଇନସପେକ୍ଟର ବୌଦ୍ଧଜିଲାରୁ ଅନ୍ୟତ୍ର ବଦଳି ହୋଇସାରିଥିଲେ ମଧ୍ୟ ତାଙ୍କୁ ରିଲିଭ କରାଯାଇନଥିଲା। ଏହାବ୍ୟତୀତ ତାଙ୍କର ଦୀର୍ଘମାସର ଦରମା ବନ୍ଦ କରାଯିବାପରେ ନିକଟରେ ତାଙ୍କ ପତ୍ନୀ ପହଂଚି ଜିଲାର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଅନେକ ହାରି ଗୁହାରି ପରେ ଦରମା ପ୍ରଦାନ କରାଯାଇଥିଲା। ବଦଳି ପରେ ତାଙ୍କୁ ରିଲିଭ କରାଯାଉନଥିବାରୁ ସେ ଦୀର୍ଘଦିନ ହେବ ଚାପରେ ରହିଥିବା ବିଭାଗୀୟ କର୍ମଚାରୀମାନଙ୍କ ମଧ୍ୟରେ ଆଲୋଚନା ହେଉଅଛି। ତେବେ ଗତକାଲି ଇନସପେକ୍ଟର ଚୌଧୁରୀ ନିଜର ଡ୍ୟୁଟି ସାରି କ୍ୱାଟରକୁ ଫେରିବାପରେ ପୋଷାକ ପରିବର୍ତ୍ତନ ମଧ୍ୟ କରିବାର ସୁଯୋଗ ପାଇନଥିଲେ। ତାଙ୍କ ନାକରୁ ରକ୍ତ ବାହାରି ଚଙ୍କାଣରେ ବୋହି ଯାଇଥିବାବେଳେ ଗୋଟିଏ ହାତରେ କିଛି େଔଷଧ ଧରିଥିବା ଦେଖିବାକୁ ମିଳିଥିଲା। ତେଣୁ ଅତ୍ୟଧିକ ମାନସିକ ଚାପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ବୌଦ୍ଧରେ ଏକୁଟିଆ ରହୁଥିବା ମୃତ ଇନିସପେକ୍ଟରଙ୍କ ପରିବାର ଲୋକ ସୁଦୂର ବାରିପଦାରୁ ପହଂଚିବା ପରେ ସେମାନଙ୍କର ଏନେଇ କୌଣସି ଅଭିଯୋଗ ନଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ବ୍ୟବଛେଦ କରାଯାଇ ସେମାନଙ୍କୁ ଶବ ହସ୍ତାନ୍ତର ପରେ ଦାହ ପାଇଁ ପରିବାରଲୋକ ପୁରୀ ସ୍ୱର୍ଗଦ୍ୱାର ନେଇଥିବା ଜଣାଯାଇଛି। ତେବେ ମାତ୍ର କିଛିଦିନ ତଳେ ଆଇଆରବି ବେଟେଲିୟନରେ ଜଣେ କର୍ମଚାରୀଙ୍କ ମୃତଦେହ ସକାଳୁ ସନ୍ଦେହଜନକ ଭାବରେ ତାଙ୍କ ବାସଭାବନରୁ ତିନିଦିନ ପରେ ଉଦ୍ଧାର କରାଯିବାପରେ ତାଙ୍କ ପରିବାରଲୋକ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଜିଲାରେ ପୁଣି ଜଣେ ପଦସ୍ଥ ପୋଲିସ ଅଧିକାରୀଙ୍କ ସରକାରୀ ବାସଭବନରେ ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର କରାଯିବା ଘଟଣା ବିଭାଗୀୟ ବଡବାବୁମାନଙ୍କ ଦ୍ୱାରା ଅଧିକ ଚାପ ପ୍ରୟୋଗ କାରଣ ନୁହେଁତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top