କେନ୍ଦ୍ରାପଡ଼ା

ପୋଲିସର ନିଷ୍କ୍ରିୟତା ବିରୋଧରେ ନର୍ଯାତିତ ପରିବାର ଭେଟିଲେ ଅତିରିକ୍ତ ଜିଲ୍ଲାପାଳଙ୍କୁ

କେନ୍ଦ୍ରାପଡା ୧୫/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )-ଏକ ମରଣାନ୍ତକ ଆକ୍ରମଣରେ ଗୁରୁତ୍ତର ଆଘାତପ୍ରାପ୍ତ ଓ ନିର୍ଜ୍ଜାତିତ ପରିବାର ନିକିରାଇ ଥାନା ପୋଲିସର ନିଷ୍କ୍ରିୟତା ବିରୋଧରେ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ଚାରିଗାଁ ଗ୍ରାମର ସୂର୍ଗତ ଅରକ୍ଷିତ ମଲ୍ଲିକଙ୍କ ପୁଅ ବିନୋଦ ମଲ୍ଲିକଙ୍କୁ ସେହି ଗ୍ରାମର ଗଣେଶ ମଲ୍ଲିକଙ୍କ ସମେତ ଅନ୍ୟ ଦଶଜଣ ଗତ ଡିସେମ୍ବରମାସ ୨ତାରିଖରେ ପୂର୍ବ ଶତୃତାକୁ ନେଇ ଠେଙ୍ଗା, ବାଡି, ଭୂଜାଲି, ଲୁହାରଡ ପ୍ରଭୃତିରେ ମରଣାନ୍ତକ ଆକ୍ରମଣ କରି ରକ୍ତାତ କରିବା ସହିତ ତାଙ୍କର ପରିବାର ସଦସ୍ୟଙ୍କୁ ମଧ୍ୟ ଆକ୍ରମଣ କରି ଘରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ସାହିପଡିଶାର ଲୋକମାନେ ପହଁଚି ବିନୋଦକୁ ଗୁରୁତ୍ତର ଅବସ୍ଥାରେ ପ୍ରଥମେ ଇନ୍ଦୁପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏସବୁ ସତ୍ୱେ ବିନୋଦ ନିକିରାଇ ଥାନାକୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ମଧ୍ୟ ଥାନା ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ବିନୋଦ ଡାକ୍ତରଖାନାରୁ ଘରକୁ ଫେରିବା ପରେ ପୁନର୍ବାର ଥାନାରେ ପହଁଚି ଅଭିଯୋଗ କରିବାପରେ ଗତ ଡିସେମ୍ବରମାସ ୨୮ତାରିଖରେ ନିକିରାଇ ଥାନା କେବଳ ଏକ ମାମଲା ରୁଜୁକରି ବସିଯାଇଥିବାରୁ ଆକ୍ରମଣକାରି ଆସାମୀ ମାନେ ବିନୋଦ ସମେତ ତାର ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ତେଣୁ ଏହି ଘଟଣାରେ ବିନୋଦର ପରିବାରକୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଆଜି ପରିବାର ସଦସ୍ୟମାନଙ୍କ ସହିତ ବିନୋଦ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିଲା। ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top