ଜିଲ୍ଲା ପରିକ୍ରମା

ପୋଲାଭରମ ପ୍ରସଙ୍ଗକୁ ନେଇ ମାଲକାନଗିରି ଗସ୍ତରେ ଆସିବେ ଜାତୀୟ ଜନଜାତି ଆୟୋଗ ଅଧ୍ୟକ୍ଷ

ମାଲକାନଗିରି, ୫ା୭ (ଓଡିଆ ପୁଅ) ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀଙ୍କ ଙ୍କ ଅନୁରୋଧ କ୍ରମେ ଜାତୀୟ ଜନଜାତି ଆୟୋଗ ଅଧ୍ୟକ୍ଷ ଶ୍ରୀ ନନ୍ଦକିଶୋର ସାଏ ମାଲକାନଗିରି ଗସ୍ତକରି ପୋଲାଭରମପ୍ରକଳ୍ପ ସମସ୍ୟାନେଇ ସ୍ଥନାୟୀ ଲୋକମାନଙ୍କ ସହିତ ଆଲୋଚନା କରିବାର କାର୍ଯୟକ୍ରମ ରହିଛି ।  ଆନ୍ଦ୍ର ସରକାରଙ୍କ ବେଆଇନ ଭାବେ ପୋଲଭରମ  ପ୍ରକଳ୍ପ ନିର୍ମାଣକୁ  ଓ ଜାତୀୟ ଜନଜାତି ଆୟୋଗର ରିପୋର୍ଟ କୁ ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ ଏକତରଫା ବୋଲି ଦର୍ଶାଇଥିଲେ  । ଓଡିଶାକୁ ବାଦ ଦେଇ ଆନ୍ଦ୍ରପ୍ରଦେଶ ରେ ପ୍ରଭାବିତ ଜନଜାତିଙ୍କ ଥଇଥାନ ଓ ପୁନର୍ବାସ ସଂପର୍କିତ ସ୍ୱତନ୍ତ୍ର ରିପୋର୍ଟକୁ ସାଂସଦ ଶ୍ରୀ ମାଝୀ ବିରୋଧ କରିଛନ୍ତି । ତୁରନ୍ତ ମାଲକାନଗିରି ଜିଲ୍ଲାକୁ ଗସ୍ତକରି ଏଠାକାର ପରିସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ଜାତୀୟ ଜନଜାତି ଆୟୋଗଙ୍କୁ  ଗତଏପ୍ରିଲ ମାସ ୧୦ତାରିଖରେ ସାଂସଦ ଚିଠି ଲେଖିଥିଲେ । ସେ ଆଗରୁ ଜାତୀୟ ଜନଜାତି ଆୟୋଗଙ୍କୁ ମାଲକାନଗିରି ଗସ୍ତକରି ପୋଲାଭରମ ପ୍ରଭାବିତ ଅଚଂଳ ବୁଲିଦେଖି ଆନ୍ଦ୍ରପ୍ରଦେଶ ପରି ଓଡିଶାକୁ ସେହି ରିପୋର୍ଟରେ ସାମିଲ କରିବା ପାଇଁ ମଧ୍ୟ ଅନୁରୋଧ କରି ଥିଲେ,ସାଂସଦଙ୍କ ଅନୁରୋଧ କ୍ରମେ ଜାତୀୟ ଜନଜାତି ଆୟୋଗ ଅଧ୍ୟକ୍ଷ ଙ୍କ ମାଲକାନଗିରି ଗସ୍ତକାର୍ଯ୍ୟକ୍ରମ ସରକାରି ଏଜେଣ୍ଡାରେ ରହିଥିବାର ଜଣାପଡିଛି । ଜାତୀୟ ଜନଜାତି ଆୟୋଗ ଅଧ୍ୟକ୍ଷକ ଶ୍ରୀ ନନ୍ଦକିଶୋର ସାଏ ଙ୍କ ମାଲକାଗିରି ଜିଲ୍ଲା  ଗସ୍ତ ଯଦି ବିଳମ୍ବ ହୁଏ ତାଙ୍କୁ ପୁଣିଥରେ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ତୁରନ୍ତ ମାଲକାନଗିରି ଜିଲ୍ଲା ଗସ୍ତକରି ପୋଲାଭରମ ପ୍ରକଳ୍ପ ପ୍ରଭାବିତ ଅଚଂଳ ବାସୀଙ୍କ ସମସ୍ୟା ବୁଲିଦେଖିବା ପାଇଁ ଅନୁରୋଧ କରିବି  ବୋଲି ନବରଙ୍ଗପୁର ସାଂସଦ ଶ୍ରୀ ମାଝୀ ସୁଚନାଦେଇଛନ୍ତି । ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧକରି ଓ ମାଲକାନଗିରି ଜିଲ୍ଲାବାସୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ଜାତୀୟ ଜନଜାତି ଆୟୋଗ ଅଧ୍ୟକ୍ଷଙ୍କୁ ମାଲକାନଗିରି ଜିଲ୍ଲାର ପ୍ରଭାବିତ ଅଚଂଳ ଗସ୍ତକରି ବା ପାଇଁ ଅନୁରୋଧ କରିଥିବା ରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କୁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top