ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି: ବିଜେପି

– ଓଡିଶାର କୌଣସି କ୍ଷତି ହେବ ନାହିଁ
– ଗୋଟିଏ ବି ଆଦିବାସୀ ପରିବାର ବାସଚ୍ୟୁତ ହେବେ ନାହିଁ
– ଗତକାଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବକ୍ତବ୍ୟର ସଠିକ ତର୍ଜମା କରୁ ବିଜେଡି
– ସୁରକ୍ଷିତ ନଦୀବନ୍ଧ ନିର୍ମାଣ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ) : ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି କ୍ଷତି ହେବ ନାହିଁ। ଏପରିକି ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଗୋଟିଏ ବି ଆଦିବାସୀ ପରିବାର ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଗତ କାଲି ସଂସଦରେ ନିର୍ଭର ଓ ଦୃଢ ପ୍ରତିଶୃତି ଦେଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଦେଇଥିବା ବକ୍ତବ୍ୟକୁ ଭଲ ଭାବେ ତର୍ଜମା କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ପରାମର୍ଶ ଦେଇଛନ୍ତି।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଉଭୟ ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗରେ ଶାସକ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି। ବିକାଶ ବିରୋଧୀ ଶାସକ ବିଜେଡି ନିଜର ଅପାରଗତାକୁ ଲୁଚାଇବା ସହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଚାଲିଛି। ତେଣୁ ରାଜ୍ୟର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ଶାସକ ବିଜେଡି ରାଜନୀତି ବନ୍ଦ କରିବାକୁ ଶ୍ରୀ ବକ୍ସିପାତ୍ର କହିଛନ୍ତି।

ପ୍ରକଳ୍ପ ଦ୍ୱାରା ସମ୍ଭାବ୍ୟ ଜଳବୁଡି ଓ ବାସଚ୍ୟୁତିକୁ ରୋକାଯିବା ପାଇଁ ପୋଲାଭରମ ପ୍ରକଳ୍ପ କତୃପକ୍ଷ ଦେଇଥିବା ସୁରକ୍ଷିତ ନଦୀବନ୍ଧ ନିର୍ମାଣ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବକ୍ସିପାତ୍ର କହିଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *